ବିଜ୍ଞାନ ଶିକ୍ଷକ ପଦବୀ ପୂରଣ ଦାବୀରେ ବିଦ୍ୟାଳୟ ସମ୍ମୁଖରେ ଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବିଂଝା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ପଦବୀ ପୂରଣ ଦାବୀରେ ପରିଚାଳନା କମିଟିର ସଭ୍ୟସଭ୍ୟା, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରିଚାଳନା କମିଟିର ସଭାପତି କାଳନ୍ଦି ଦଳେଇ, ପ୍ରମୋଦ ଜେନା, ଝୁନାରାଣୀ ମହାକୁଡ, ମନୋଜ ମହାନ୍ତି, ପରୀକ୍ଷିତ ରାଉତ, ସଞ୍ଜୟ ଜେନା, ବୁନୁ ବାଇ, ତିଳୋତ୍ତମା ସେଠୀ, ସିଲିବାଳା ନାୟକ, ଦମୟନ୍ତୀ ରାଉଳ, ବବିଲତା ମଲ୍ଲିକ ପ୍ରମୁଖ ଏହି ଧାରଣାରେ ସାମିଲ ଥିଲେ । ପରେ ସିଆରସିସି ପରେଶ ଚନ୍ଦ୍ର ପରିଡା ଧାରଣାସ୍ଥଳରେ ପହଞ୍ôଚ ଦୋଳ ଛୁଟି ପରେ ଖାଲି ପଦବୀ ପୂରଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗତ ଡିସେମ୍ବର ୨୮ରେ ପଦୋନ୍ନତି ପାଇ ବେଗନା ଉପ୍ରା ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ । ଫଳରେ ଗତ ୨ ମାସ ହେବ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି । ଏନେଇ ପୂର୍ବରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସେମାନେ ବାଧ୍ୟ ହୋଇ ଅନଶନରେ ବସିିଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ