ମାଟି ତଳୁ କୁହୁଁଳୁଛି ଧୁଆଁ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜୁନାଗଡ ବ୍ଲକ ମାଟି ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଖୁଣ୍ଟତଳେ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଜନସାଧାରଣ ଆର୍ଶ୍ଚ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ପୋଲିସ ଓ ଦମକଳ ବାହିନୀଙ୍କୁ ଖବର ଦେବା ପରେ ଉଭୟେ ଘଟଣା ସ୍ଥଳରେ ପହଞ୍ଚି ପାଣି ସିଞ୍ଚନ କରିବା ପରେ ଧୁଆଁ ବାହାରିବା ବନ୍ଦ ହୋଇଥିଲା । ଧୁଆଁ ବାହରିବା ବନ୍ଦ ହୋଇଯାଇଥିବା ବେଳେ ସେଠାରୁ ଗରମ ପାଣି ବାହାରୁଛି ତେଣୁ ସାଧାରଣ ଜନତା ଦେଖିବାକୁ ଭିଡ ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ