କଳିଙ୍ଗ ବୈଶ୍ଯ ସମାଜ ଖେମୁଣ୍ଡି ଅଞ୍ଚଳ କାର୍ଯ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ପୋଡାମାରୀ ରାସ୍ତାରେ ଥିବା ଖେମୁଣ୍ଡି ଅଞ୍ଚଳ କଳିଙ୍ଗ ବୈଶ୍ୟ ସମାଜର ଜମି ରେ ଆଞ୍ଚଳିକ କାର୍ଯ୍ୟାଳୟ ର ନୂତନ ଗୃହ ନିର୍ମାଣ ନିମନ୍ତେ ଗୁରୁବାର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏମ ପି ଚନ୍ଦ୍ରଶେଖର ସାହୁ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଠା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବୈଶ୍ୟ ସମାଜର କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ନଗରପାଳ ତଥା ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ଏମ ପି ପ୍ରତିନିଧି ନିରୂପମା ପଟ୍ଟନାୟକ , ଆଙ୍କୋରଡା ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , କଳିଙ୍ଗ ବୈଶ୍ୟ ସମାଜ ର ଖେମୁଣ୍ଡି ଅଞ୍ଚଳ ସଭାପତି ବି. ନାରାୟଣ ସୁବୁଦ୍ଧିଙ୍କ ସମେତ ବିଭିନ୍ନ ଗ୍ରାମ ସ୍ଥିତ କଳିଙ୍ଗ ବୈଶ୍ୟ ସମାଜର ୨ ଶହ ରୁ ଅଧିକ ମହିଳା , ଯୁବଗୋଷ୍ଠୀ , ସମ୍ପାଦକ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ ପି ସମାଜର ନୂତନ ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି।


