କେନାଲ ଭିତରକୁ ଖସିପଡିଲା ଗାଡି

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଆନନ୍ଦପୁର ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ଚୋରଗଡିଆ ଛକ ନିକଟରେ ଏକ ଟାଟା ଏସି ଗାଡି କେନାଲ ଭିତରକୁ ଖସିପଡଡିଛି । ଖବରରୁ ଜଣାଯାଇଛି ଯେ ଗାଡି ଚାଳକ ଜଣକ ଶିବନାରାୟଣପୁର ଗାଁକୁ ଯିବାପାଇଁ ଗାଡିଟିକୁ ସାଇଟ କରି ରଖିଦେଇ ନିକଟସ୍ଥ ଦୋକାନକୁ ଯାଇଥିଲେ । ମାତ୍ର ହେଣ୍ଡବ୍ରେକ ଦେଇନଥିଲେ । ସେହି ସମୟରେ ଦ୍ରୁତଗତିରେ ଯାଉଥିବା ହାଇୱା ପବନରେ ଗାଡିଟି ଧିରେ ଧିରେ ଗଡିଗଡି ଯାଇ କେନାଲ ଭିତରକୁ ଖସିପଡିଥିଲା । ଚାଳକ ଜଣକ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଗାଡିଟିକୁ ଉଦ୍ଧାର କରି ଘରକୁ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ