ସୋସୋ କାନପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସୋସୋ କାନପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଛାତ୍ରୀଙ୍କ ମଧ୍ୟରେ ଦୌଡ, ଉଚ୍ଚ ଡିଆଁ, ଲମ୍ବଡିଆଁ, ଗଣିତ ଦୌଡ, ମିଉଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଙ୍ଗୋର ଓଏମସିର ରିଜିଓନାଲ ମ୍ୟାନେଜର ଘନଶ୍ୟାମ ସାହୁ, ପର୍ସନାଲ ମ୍ୟାନେଜର ସରୋଜ କୁମାର ନାୟକ, ବଉଳା କଲେଜର ଅଧ୍ୟାପିକା ସୁନନ୍ଦାରାଣୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ସାରଙ୍ଗଧର ରାଇସମିଲର ଏମ.ଡି ଅଶୋକ ରାଉତ, ଅବସରପ୍ରାପ୍ତ ଏସ.ଆଇ ସନାତନ ମହାପାତ୍ର, ଶିଶୁ ମନ୍ଦିରର ସମାଜସେବୀ ସତ୍ୟାନନ୍ଦ ମିଶ୍ର, ସଭାପତି ହରେକୃଷ୍ଣ ଭୁତିଆ, ସମ୍ପାଦକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଶିକ୍ଷାଦାନ ସହିତ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ କ୍ରୀଡାଦ୍ୱାରା ଶରୀର କିପରି ସୁସ୍ଥ ରହିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଜଗନ୍ନାଥ ଭୁୟାଁ, ସସ୍ମିତା ମଲ୍ଲିକ, ପୂଜାରାଣୀ ଜେନା ମଞ୍ଚ ସଞ୍ଚାଳନ କରିଥିବାବେଳେ ଗୁରୁଜୀ ପ୍ରଭାକର ମଣ୍ଡଳ, ଅଶୋକ କୁମାର ସେଣ, ଦିପ୍ତୀମୟୀ ପୁହାଣ, ଗୌରାଙ୍ଗ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥେଲ ।


