ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ଠାରେ ଆଜି ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧ୍ଵକରଣଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରା-ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର‌୍ୟ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ବିଚାରଧିନ ଥିବା କିମ୍ବା ପ୍ରାକ ମକଦ୍ଦମା ମାମଲା ରେ ତ୍ଵରିତ ବିଚାରାଣା ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରା ଯାଇଥିଲା ।ଲୋକ ଅଦାଲତ ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା , ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବର୍ଷା ଶର୍ମା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରି ଶ୍ରୀ ଶୁଭଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେହିପରି ଭାବେ ଜିଲ୍ଲାର ରା:-ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଦେୱାନି ବିଚାରପତି ତଥା ସବ-ଜଜ ଶ୍ରୀ ପୂଣ୍ୟଶୋକ୍ତ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ପାରସ ପାଢୀ , ମୋହନା କୋର୍ଟ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧିକାରିଣୀ ଶ୍ରୀମତୀ ଅନନ୍ୟା ଦାସ ଓ କାଶିନଗର କୋର୍ଟ ଠାରେ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେହିପରି ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ ମାନ ଆୟୋଜିତ କରା ଯାଇଥିଲା ।ଏହି ଲୋକ ଅଦାଲତ କାର୍ଯ୍ୟ ଜିଲ୍ଲା କୋର୍ଟର ଓକିଲ ସଂଘ\’ର ସମସ୍ତ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦମା ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ସମୁଦାୟ ୩ ହଜାର ୨୭୦ ଟି କେସର ତ୍ଵରିତ ବିଚାରକୁ ନିଆଯାଇ ମୋଟ ୩ ହଜାର ୧୩୫ ଟି କେସର ସମାଧାନ କରାଯାଇ ସର୍ବମୋଟ ଟ ୧୦ ଲକ୍ଷ ୬ ହଜାର ୧୯୮ ଟଙ୍କା ଅଦାୟ କରା ଯାଇଥିଲା ।ଏହି ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମ କୁ ପ୍ରାଧିକରଣର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡା , ଶ୍ରୀ ଶିବ ପ୍ରସାଦ ସେନାପତି , ଶ୍ରୀ ରଘୁ ନନ୍ଦନ ଦାସ ଏବଂ ଶ୍ରୀ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ