ଚାଷୀଙ୍କ ଧାନ କ୍ରୟ ଦାବୀରେ ହୁମ୍ମା-ପୁରୁଷୋତ୍ତମପୁର ରାସ୍ତା ଅବରୋଧ
ଗଞ୍ଜାମ, (ବିନୋଦ ପଲାଇ):ଚାଷୀର ଧାନକ୍ରୟ ଦାବିରେ ଓଡିଶା କୃଷକ ସଭା ପକ୍ଷରୁ ହୁମ୍ମା-ପୁରୁଷୋତ୍ତମପୁର ରାଜ୍ୟରାଜ ପଥ ଅବରୋଧ କରାଯାଇଥିଲା। ଆନ୍ଦୋଳନକାରୀ ମାନେ ଯେଉଁଚାଷୀ ମାନେ ପୂର୍ବରୁ ଟୋକେନ ପାଇଛନ୍ତି ତାଙ୍କୁ ପୁନଃ ନବୀକରଣ କରିବା.ଓ ଟୋକେନ ଥାଇ ବର୍ତମାନ ଚାଷୀ ଙ୍କ ର ଧାନ କ୍ରୟ କରାଯାଉନଥିବାରୁ ଦୁଇ ଦଫା ଦାବି ନେଇ ଆଜି ଖଣ୍ଡଦେଉଳି ସମିତର ଶତାଧିକ ଚାଷୀ ଓଡିଶା କୃଷକ ସଭାଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱରେ ଖଣ୍ଡିଦେଉଳି ଗ୍ରାମ ଛକଠାରେ ଧାନବସ୍ଥା ରଖି ରାସ୍ତା ଅବରୋଧ କରିଥିଲେ l ଖବର ପାଇ. ଗଞ୍ଜାମ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଏହାଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼. ସରପଞ୍ଚ ବୈରାଗୀ ରାମଚନ୍ଦ୍ର ଗୌଡ଼ ଖଲି ସ୍ୱାଇଁ. ଲଷ୍ମୀଚରଣ ସ୍ୱାଇଁ. ସୁଶାନ୍ତ ପ୍ରଧାନ. ସନ୍ତୋଷ ସ୍ୱାଇଁ. ଦୁର୍ଯ୍ୟୋଧନ ସ୍ୱାଇଁ. ତ୍ରିନାଥ ବେହେରା. ଉପସ୍ଥିତ ଥିଲେ।ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ରମ୍ଭା ଆଇଆଇସି ସ୍ୱରୂଓ କିଷାନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।


