ସାମ୍ବାଦିକତା ଅଭିଯୋଗରେ ଶିକ୍ଷକ ନିଲମ୍ବିତ
କାଶୀନଗର, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲାର ଜଣେ ଶିକ୍ଷକ ସାମ୍ବାଦିକତା ସହ ଠିକାଦାର କାମ କରୁଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ ହୋଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଉଲ୍ଲଭଦ୍ରା ପି.ୟୁ.ପି.ଏସ୍.ର ସହକାରୀ ଶିକ୍ଷକ ପି.ନାଗଭୂଷଣ ରାଓଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଏହି ନିଲମ୍ବନ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସେ କହଛନ୍ତି, ଉକ୍ତ ଶିକ୍ଷକ ଏକ ପ୍ରେସ୍ ପାଇଁ ସାମ୍ବାଦିକ କାର୍ଯ୍ୟକରୁ ଥିବାର ଅଭିଯୋଗ ରହିଛି । ଏଥି ସହ ସେ ଠିକାଦାରୀ କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତିଥିବାର ଅଭିଯୋଗ ରହିଛି । ସେହିପରି ସେ କାର୍ଯ୍ୟ କରୁଥିବା ବିଦ୍ୟାଳୟର ହୋଷ୍ଟେଲ ଦାୟିତ୍ୱରେ ରହି କେତେକ ଦୁର୍ନୀତିରେ ଲିପ୍ତ ଥିବା ଆଦି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।


