ମା ତାରିଣୀ କଳାକାର ପରିଷଦର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳକଣିଆଁ ଠାରେ ମା ତାରିଣୀ କଳାକାର ପରିଷଦର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ଯୋଗେନ୍ଦ୍ର ବେହେରା, କଳିଗାଁ ସରପଞ୍ଚଙ୍କ ପ୍ରତିନିଧି ପିତବାସ ଜେନା, ସମାଜସେବୀକା ଝାନସୀରାଣୀ ଦାସ, ସମାଜସେବୀ ଶ୍ରୀକାନ୍ତ ବିଶ୍ୱାଳ, ଗୌରାଙ୍ଗ ନାୟକ, ସମାଜସେବୀ ଶରତ ଚନ୍ଦ୍ର ସେଠୀ, ଭାଷ୍କର ମଲ୍ଲିକ, ଯୁବ ପ୍ରତିଭା ଦିଲ୍ଲିପ କୁମାର ନାୟକ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କର ସମାଜପ୍ରତି ଥିବା କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ଲକର ବିଭିନ୍ନ ପ୍ରାନ୍ତରରୁ କଳାକର ମାନେ ଯୋଗଦେଇ ସେମାନଙ୍କ ସମସ୍ୟା ଓ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଦୁଇଦିନ ଧରି ଗାୟକ ଅଭିନ୍ନ କୁମାର ଜେନା, ବିପିନି ବିହାରୀ ନାୟକ, ଗାୟିକା ଉର୍ବସୀ ଜେନା, ଗାୟିକା ଶୁଭଲଗ୍ନା ଉମାମଣୀ ପାଢ଼ୀ, ଗାୟିକା ରତ୍ନପ୍ରଭା ରାଉତ ପ୍ରମୁଖ ପାଲା ପରିବେଷଣ କରିଥିଲେ । ମାତାରିଣୀ କଳାକାର ପରିଷଦର ସମସ୍ତ କର୍ମକର୍ତ୍ତା ଓ ଶାଳକଣିଆ ଗ୍ରାମର ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ