ପଧାନପଡା ସମିତିରେ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ପଧାନପଡା ସେବା ସମବାୟ ସମିତିରେ ରାଜ୍ୟ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ସେକ୍ କଦମଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଏ.ଆର୍‌.ସି.ଏସ୍‌ଙ୍କ ପ୍ରତିନିଧି ଶକ୍ତିଧର କାଣ୍ଡି, ମୁଖ୍ୟ ବକ୍ତା ଭାବେ ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକ କିଶୋର କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବ୍ୟାଙ୍କ ସୁପରଭାଇଜର ରଞ୍ଜନ କୁମାର ରାଉତ, ସମିତିର ଉପସଭାନେତ୍ରୀ ଗୀତାଞ୍ଜଳୀ ଜେନା, ନିଳୋକ ସରପଞ୍ଚ ରଜନୀ ସେଠୀ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, କଲିମୁଲ୍ଲା, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ହୃଷିକେଶ ସାହୁ, ସେକ୍ ମୁସ୍ତାକ୍ ଅଲ୍ଲୀ, କିଶୋର ବେହେରା, ହରେକୃଷ୍ଣ ଜେନା, ନାରାୟଣ ସେନାପତି, କୈଳାସ ବାରିକ, ସେକ୍ ମନସୁର ଅଲ୍ଲୀ ଯୋଗ ଦେଇ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରଗତି ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ ନାରାୟଣ ଚନ୍ଦ୍ର ସାହୁ, ସହସଂପାଦକ ସେକ୍ ଗୋଲାମ୍‌, ଡିଇଓ ଅନୀଲ କୁମାର ପାତ୍ର, କର୍ମଚାରୀ ପରେଶ ନାୟକ, ଦିବାକର ବେହେରା ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ