ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ନିକଟରେ ଦୀର୍ଘବର୍ଷ ଧରି ଏକ ସରକାରୀ ଜମି ଜବରଦଖଲ କରି ରହିଆସୁଥିବା ଏକ ଆଦିବାସୀ ପରିବାରକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଜିତୁ ଟୁଡୁ ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେଲଶ ମରୈଗାଁ ମୌଜାର ନନ୍ଦିପଦା ଥାନା ପାଶ୍ୱର୍ରେ ଏକ ସରକାରୀ ଜମିରେ ଜବରଦଖଲ କରି ପରିବାର ଲୋକଙ୍କ ସହ ରହିଆସୁଥିଲେ । ଗତ କିଛିବର୍ଷ ତଳେ ମରୈଗାଁ ଲୋକମାନେ ଏହି ଜବରଦଖଲ ହଟାଇବା ପାଇଁ ଆଇନର ମଧ୍ୟ ଆଶ୍ରୟ ନେଇଥିଲେ । ଏନେଇ ଜିତୁ ଟୁଡୁ ୨୦୧୮ ମସିହାରେ ହାଇକୋର୍ଟର ଆଶ୍ରୟ ନେଇଥିଲେ । ୬ମାସ ମଧ୍ୟରେ ତାଙ୍କ ଅଭିଯୋଗ ସମ୍ପର୍କରେ ବୁଝି ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ । ଏବେ ନନ୍ଦିପଦା ଥାନାର ନୁତନ ଗୃହ ନିର୍ମାଣ ହେଉଥିବାରୁ ଏହି ଜବରଦଖଲ ସ୍ଥାନଟି ସମସ୍ୟା ସୃଷ୍ଟି କରିଥିଲା । ଆଜି ଆନନ୍ଦପୁର ଉପଖଣ୍ଡର ରେଭିନୁ୍ୟ ଅଫିସର ପ୍ରଦୀପ ପାଢ଼ୀ, ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା, ହାଟଡିହି ତହସିଲଦାର ନରେନ୍ଦ୍ର କୁମାର ସେଠୀ,ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ନନ୍ଦିପଦା ଥାନା ଆଇଆଇସି ଗଗନ ବିଶ୍ୱାଳ ପ୍ରମୁଖ ପୁଲିସ ଫେôାର୍ସ ସହିତ ୁପସ୍ଥିତ ରହି ଜିତୁ ଟୁଡୁଙ୍କ ଘରକୁ ଭାଙ୍ଗିଥିଲେ । ସେ ସମୟରେ ଜିତୁଙ୍କ ପରିବାର ଲୋକେ ଘର ନଭାଙ୍ଗିବାକୁ କାକୁତି ମିନତୀ ହୋଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିବେଦନ କରିବା ସହିତ ପ୍ରଥମେ ତାଙ୍କୁ ଥଇଥାନ କରାଯାଉ ପରେ ତାଙ୍କୁ ଉଚ୍ଛଦ କରିବାକୁ ନିବେଦନ କରିଥିଲେ । ନଚେତ ତାଙ୍କୁ କିଛିଦିନ ସମୟ ଦେବାକୁ ନିବେଦନ କରିଥିଲେ ମଧ୍ୟ ଅଧିକାରୀମାନେ ଶୁଣି ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ