ସର୍ଟ୍ ସର୍କିଟ୍ ରୁ ପୋଡିଗଲା ଦୁଇ ମୋଟରସାଇକେଲ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସର୍ଟ୍ ସର୍କିଟ୍ ରୁ ବେଲଗୁଣ୍ଠାରେ ଦୁଇଟି ମୋଟରସାଇକେଲ୍ ପୋଡ଼ିଯାଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ଅପରାହ୍ଣ ଚାରି ଘଣ୍ଟ କୋଡ଼ିଏ ମିନିଟ୍ ସମୟରେ ବେଲଗୁଣ୍ଠା ବ୍ଳକ୍ ଛକରେ ଥିବା ସୁନୀଲ୍ ବାଇକ୍ ପଏଣ୍ଟ୍ ରେ ମାଲିକ ସୁନୀଲ୍ ଗୌଡ଼ ଏକ ନାଲି ରଙ୍ଗର ବଜାଜ୍ ପଲ୍ସର୍ ବାଇକ୍ ସଜାଡୁଥିବା ବେଳେ ହଠାତ୍ ସର୍ଟ୍ ସର୍କିଟ୍ ଯୋଗୁଁ ଗାଡିଟିରେ ନିଆଁ ଲାଗିଯାଇଥିଲା I କ୍ରମେ ଏହି ନିଆଁ ପାଖରେ ଥିବା ଏକ ହିରୋ ଗ୍ଲାମର୍ ଗାଡିକୁ ମଧ୍ୟ ଲାଗିଯାଇଥିଲା I ସାଙ୍ଗେ ସାଙ୍ଗେ ବାଇକ୍ ପଏଣ୍ଟ୍ ର କର୍ମଚାରୀମାନେ ଊପସ୍ଥିତ ବୁଦ୍ଧି ଖଟାଇ ବାଇକ୍ ସର୍ଭିସିଂ ପାଇପ୍ ରେ ପାଣି ପକାଇ ନିଆଁକୁ ଆୟତ କରି ନିଶ୍ଚିତ ରୂପେ ଏକ ବଡ଼ ଧରଣର ଦୂର୍ଘଟଣାକୁ ରୋକି ଦେଇପାରିଥିଲେ I ଅଗ୍ନିକାଣ୍ଡରେ ବାଇକ୍ ଦୁଇଟିର ଶତକଡ଼ା ଚାଳିଶ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ବେଳେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ