ସ୍କୁଲ ଉଠିଯିବା ପ୍ରତିବାଦରେ ଅନୁଧ୍ୟାନକାରୀ ଦଳକୁ ନିବେଦନ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଗୁହାଳଗଡିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍କୁଲ ମିଶ୍ରଣ ପ୍ରକ୍ରୀୟାରେ ସାମିଲ କରି ଏଲକଣା ସ୍କୁଲ ସହିତ ମିଶାଇ ଦେଇଥିବାରୁ ଗୁହାଳଗଡିଆ ଗାଁର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁରେ ଥିବା ଏହି ବିଦ୍ୟାଳୟଟି ଦୀର୍ଘ ୨୬ବର୍ଷ ଧରି ଚାଲିଥିଲା । କିନ୍ତୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଖେଳକୁ ନେଇ ମିଶ୍ରଣ ପ୍ରକ୍ରୀୟା ଲାଗୁ କରିଦେବାରୁ କରୋନା ସମୟରେ ଏହି ସ୍କୁଲଟି ଗାଁରୁ ଉଠି ଯାଇଥିଲା । ଫଳରେ ଏବେ ଗାଁର ୩୩ଜଣ ଛାତ୍ରଛାତ୍ରୀ ଦୀର୍ଘ ୩କିଲୋମିଟର ଦୁର ଏଲକଣା ସ୍କୁଲକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି । ଗାଁ ଠାରୁ ଏଲକଣାକୁ ଯେଉଁ ରାସ୍ତାଟି ଅଛି ତାହା ଖାଲଖମାରେ ପରିପୁର୍ଣ୍ଣ ଏକ ମାଟି ରାସ୍ତା । ଫଳରେ ଛାତ୍ରଛାତ୍ରୀମାନେ ନାନା ଅସୁବିଧାରେ ସ୍କୁଲ ଯାଉଥିବାବେଳେ ବର୍ଷାଦିନେ ପାଣି କାଦୁଅରେ ଓ ଏକ କେନାଲ ପାରି ହୋଇ ସ୍କୁଲ ଯାଉଛନ୍ତି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀ ଆଉ ସ୍କୁଲ ନଯାଇ ବାଳଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଯାହାର ସୁବିଧା ଅଛି ତାଙ୍କ ପରିବାର ଲୋକେ ଛୁଆଙ୍କୁ ସ୍କୁଲ ନେଇ ଯାଉଛନ୍ତି ଓ ପୁନର୍ବାର ଛୁଟିପରେ ସାଥିରେ ନେଇକି ଆସୁଛନ୍ତି । କିନ୍ତୁ ଗୁହାଳଗଡିଆ ଗାଁରେ ଥିବା ସ୍କୁଲର ଶ୍ରେଣୀଗୃହ, ଅଫିସ, ଶୌଚାଳୟ, ନଳକୂପ ଓ ସ୍କୁଲ ପରିବେଶ ସମ୍ପୁର୍ଣ୍ଣ ଠିକ ଅଛି । ତେଣୁ ଏହି ମିଶ୍ରଣ ପ୍ରକ୍ରୀୟାକୁ ପୁନର୍ବିଚାର କରି ଗାଁର ଏହି ୨୬ବର୍ଷର ପୁରାତନ ସ୍କୁଲଟିକୁ ଗୁହାଳଗଡିଆ ଗାଁରେ ରଖି ପୁନର୍ବାର ଶିକ୍ଷାଦାନ ଲାଗି ଶିକ୍ଷକ ନିଯୁକ୍ତି କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଆଜି ଜିଲ୍ଲା କାର୍ଯ୍ୟକାରୀ ସମନ୍ୱୟକାରୀ ରଶ୍ମୀରଞ୍ଜନ ସାହୁ, ବିଇଓ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଉକ୍ତ ବିଦ୍ୟାଳୟକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବାବେଳେ ଗାଁର କୁନି କୁନି ଛାତ୍ରଛାତ୍ରୀମାନେ ଆମ ସ୍କୁଲ ଆମକୁ ଫେରାଇଦିଅ ବୋଲି ଚିକ୍ରାର କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ସମାଜସେବୀ ନାରାୟଣ ଜେନା, ଶିକ୍ଷାବିତ ରବିନ୍ଦ୍ର କୁମାର ଜେନା, ୱାର୍ଡସଭ୍ୟ ଭଗବାନ ଖୁଣ୍ଟିଆ, ମନ୍ମଥ ଜେନା, ଶୁଭସ୍ମୀତା ଜେନା, ଚିନ୍ତାମଣୀ ଜେନା, ସୁଦର୍ଶନ ଜେନା, ଅନ୍ତର୍ଯ୍ୟାମୀ ଜେନା, ମଳୟ ଖୁଣ୍ଟିଆ, ତିଳୋତ୍ତମା ଜେନା, ପ୍ରଦୀପ ଖୁଣ୍ଟିଆ, ଭାଗିରଥି ଜେନା, ଦେବେନ୍ଦ୍ର ଜେନା, ନରେନ୍ଦ୍ର କୁମାର ଜେନା, କୋଦଣ୍ଡଧର ଜେନା, ଗାଙ୍ଗୁଲି ଜେନା, ଜଗବନ୍ଧୁ ଖୁଣ୍ଟିଆ, ପ୍ରଭାକର ପରିଡା, ପ୍ରହଲାଦ ଜେନା, ଗରୁଡ ଜେନା, ପବନା ଜେନା, ରବିନ୍ଦ୍ର ଜେନା, ମଧୁସୁଦନ ଜେନା, ରମାକାନ୍ତ ଜେନାଙ୍କ ସମେତ ଅନେକ ଗ୍ରାମବାସୀ ଗାଁରେ ପୁନର୍ବାର ସ୍କୁଲ ସ୍ଥାପନ କରିବା ସହିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି ଜଣାଇଥିଲେ । ଗାଁରେ ଏବେବି ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିବାବେଳେ କାହଁକି ବାହାର ଗାଁକୁ ପଢ଼ିବାକୁ ଯିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏହି ନିଷ୍ପତିର ପୁନର୍ବିଚାର କରି ଗୁହାଳଗଡିଆ ସ୍କୁଲ ସ୍ଥାପନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ