ହନୁମାନ ଜୟନ୍ତୀରେ ଆକ୍ରମଣ, ହତ୍ୟାକାଣ୍ଡକୁ ନିନ୍ଦା

ଛତ୍ରପୁର, (ଦେବଦତ୍ତ ମହାରଣା):ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ଶାନ୍ତିପୂର୍ଣ୍ଣ ବାଇକ୍‌ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣକୁ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସୋମବାର ଏନେଇ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏକ ସ୍ମାରକପତ୍ର ଗଞ୍ଜାମ ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି। କେତେକ ସଂଗଠନ ଧାର୍ମିକ ଉନ୍ମାଦନା ସୃଷ୍ଟି କରି ଭାରତର ସାମାଜିକ, ଧାର୍ମିକ, ଆର୍ଥିକ, ରାଜନୈତିକ ସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବାକୁ ହିନ୍ଦୁ ସମାଜ ପକ୍ଷରୁ ନିବେଦନ କରାଯାଇଛି। ଏଥିରେ ବିଏମ୍‌ଏସ୍‌ ମତ୍ସ୍ୟଜୀବୀ ପ୍ରମୁଖ ଅର୍ଜୁନ ବେହେରା, ଭାଜପା ନେତା ଡ. ସୁବାସ ଚନ୍ଦ୍ର ସାହୁ, କୀର୍ତ୍ତନ ଦାସ, ଛତ୍ରପୁର ଭାଜପା ସଭାପତି ସଞ୍ଜତ ରାଉଳ, ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବସନ୍ତ ବେହେରା, ଯୁବମୋର୍ଚ୍ଚା ସଭାପତି ରିତେଶ କୁମାର ସେନାପତି,ଆଇନଜୀବୀ ପଦ୍ମଚରଣ ସାହୁ, କେ.ଚନ୍ଦ୍ରଶେଖର ରେଡ୍ଡୀ, କାଉନସିଲର ଅମରେଶ ମହାରଣା, ରଶ୍ମିରାଣୀ ମହାପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ