କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଶିଶୁ ଯତ୍ନ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ପରାମର୍ଶ ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ କାର୍ଯ୍ୟରତ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନାରେ ରହି ଅଧ୍ୟୟନ କରୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର ଗଠନ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲବାଣୀ ଆଇ.ଟି.ଆଇ ଏବଂ ପଲିଟେକନିକ୍‌‌ କଲେଜରେ ଏହି ଶିବିର ଆୟୋଜନ କରାଯାଇଥିବା ବେଳେ ଏଥିରେ ୧୩ ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୨୫ ଜଣ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଦଶମ ଓ ଦ୍ୱାଦଶ ପରୀକ୍ଷା ପରେ ସେମାନେ ନିଜକୁ କିଭଳି ଭାବେ ସଠିକ ଭାବେ ଜ୍ଞାନ ଆରହଣ କରିପାରିବା ସହିତ ରୋଜଗାର କ୍ଷମ ହୋଇ ପାରିବେ ସେ ଉପରେ ପରାମର୍ଶ ଦିଆଯାଇଥିଲା। ଶିକ୍ଷାନୁଷ୍ଠାନ ଗୁଡ଼ିକର ରସାୟନ ବିଜ୍ଞାନ ଅଧ୍ୟାପକ କାହ୍ନୁ ଚରଣ ପ୍ରଧାନ, ଆଇ.ଟି.ଆଇ ଇନଷ୍ଟକ୍ରଟର ପ୍ରଶାନ୍ତ ମିଶ୍ର, ସହ-ତାଲିମ୍‌‌ ଅଧିକାରୀ ଦେବାଶିଷ୍‌‌ ବ୍ରହ୍ମା, ଅଧ୍ୟାପକ ପ୍ରିୟରଂଜନ ସାମନ୍ତରାୟ , ଆ.ଟି.ଆଇ ଅଧ୍ୟକ୍ଷ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ତାଲିମ୍‌‌ ସୁପରିଟେଣ୍ଡେଟ୍‌‌ ବି..ଏନ୍‌‌.ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ