ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକ ମଞ୍ଚର ସ୍ୱତନ୍ତ୍ର ବୈଠକ ଫକୀରମୋହନ ଗୋଲେଇ ସି୍ଥତ ଜିଲା କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବେହେରା ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ମଞ୍ଚର ୨୦୨୩ ବାର୍ଷିକ ମୁଖପତ୍ର ‘ସାୟାହ୍ନ’ ପ୍ରକାଶନରେ ଆଞ୍ଚଳିକ ଶାଖାଗୁଡ଼ିକର ସହଯୋଗ କାମନା କରିଥିଲେ । ବରିଷ୍ଠ ନାଗରିକଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ପ୍ରତ୍ୟେକ ଜିଲାରେ ସରକାରଙ୍କ ତରଫରୁ ଅନ୍ୟୁନ ୨୦୦ ଅନ୍ତେବାସୀଙ୍କୁ ରହିବା ସକାଶେ ବୃଦ୍ଧାଶ୍ରମ ପ୍ରତିଷ୍ଠା ଏବଂ ଜିଲା ସଦର ମହକୁମାରେ ବରିଷ୍ଠ ନାଗରିକଙ୍କ ସାମୟିକ ବିଶ୍ରାମ ସକାଶେ ଏକ ସରକାରୀ ବାସଗୃହ ଯୋଗାଇଦେବା ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା । ଦାମୋଦର ନାୟକ, ଲକ୍ଷ୍ମୀ ନାରାୟଣ ଘୋଷ, ଶ୍ୟାମସୁନ୍ଦର ଜେନା, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଡ. ପଦ୍ମଲୋଚନ ପାତ୍ର, ସୀତାରାମ ପ୍ରଧାନ, ଡ. କ୍ଷୀତିଶ୍ୱର ଦାଶ ଓ ଯୋଗେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।