“କେମ୍‌” ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବି, କେନ୍ଦ୍ରାପଡାର ବରପୁତ୍ର ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସ (କେମ୍‌) ପକ୍ଷରୁ ଡଃ. ବିରଜା ପ୍ରସାଦ ରାଉତରାୟ ସଭାପତିତ୍ୱରେ ସୋମବାର ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ବକ୍ତାମାନେ ଆଲୋଚନା କରିଥିଲେ । ଏହି ସୃତି ସଭାରେ ଜାହିଦ୍ ଖାଁ, ମାତୃଦତ୍ତ ମହାନ୍ତି, ଧର୍ମଦର୍ଶି କର, ଶୁଭ୍ରାଂଶୁ ଦାସ, ବିମଳ ପରିଡା, ନବଜ୍ୟୋତି ରାୟ, ନୃସିଂହ ତ୍ରିପାଠୀ,ସରୋଜକାନ୍ତ ସାହୁ ପ୍ରମୁଖ ଭାଗବତ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଭାଗବତବାବୁ କେମ୍ ପରିବାର ସହିତ ଅଙ୍ଗାଙ୍ଗୀଭାବେ ଜଡିତଥିବା ସହିତ ମାର୍ଗଦର୍ଶକ ଥିଲେ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ