ପଦ୍ମ ସମ୍ଭବ ରେ ପୂଜାର୍ଚ୍ଚନା ସହ ଧ୍ୟାନ ରେ ବସିଲେ ୫ଟି ସଚିବ
ମୋହନା, (ଅଂଶୁମାନ ପଣ୍ଡା):ଦୁଇ ଦିନିଆ ଗଜପତି ଜ଼ିଲ୍ଲା ଗସ୍ତ ର ଦ୍ଵିତୀୟ ଦିନରେ ବୁଧୁବାର ସକାଳ ୮ ଟା ସମୟ ରେ ଚନ୍ଦ୍ରଗିରି ଏମ୍. ଟି. ସି. ଏସ୍ ବଙ୍ଗଳା ରୁ କାର୍ ଯୋଗେ ଜ଼ିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ରେ ପହଞ୍ଚିଥିଲେ ୫ ଟି ସଚିବ ଭି. କେ ପାଣ୍ଡିଆନ୍, ସଚିବ ପହଞ୍ଚିବା ପରେ ତାଙ୍କୁ ତିବ୍ବତୀୟ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ସ୍ବାଗତ କରାଯାଇଥିଲା l ପରେ ମନ୍ଦିର ମଧ୍ୟରେ ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂଜାର୍ଚ୍ଚନା କରିବା ସହ ୧୦ ମିନଟ ପର୍ଯ୍ୟନ୍ତ ଧ୍ୟାନ ରେ ବସିଥିଲେ ୫ଟି ସଚିବ l ପରେ ତିବ୍ବତୀୟ ପ୍ରତିନିଧି, ବୌଦ୍ଧ ସନ୍ୟାସୀ ଏବଂ ଜନସାଧାରଣ ସହ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ l ସଚିବ ଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଥିଲେ ତିବ୍ବତୀୟ ଜନସାଧାରଣ l ପରେ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ ରେ ବାହାରିଥିଲେ ୫ଟି ସଚିବ l