କ୍ରିଏଟିଭ ସ୍କୁଲ୍‌ରେ ଗ୍ରୀଷ୍ମକାଳୀନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗ୍ରୀଷ୍ମ ସମୟରେ ପିଲାମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଲୁମ୍ବିନୀ ବିହାରସ୍ଥିତ କ୍ରିଏଟିଭ ସ୍କୁଲ୍‌ରେ ୧୨ଦିନ ବ୍ୟାପୀ ଗ୍ରୀଷ୍ମକାଳୀନ ଶିବିର ସ୍କୁଲ୍‌ର ଅଧ୍ୟକ୍ଷା ସୁସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଗୁଣ ବିକଶିତ କରିବାକୁ ଉତ୍ସାହିତ କରାଯାଇଥିଲା । ଅବ୍ୟବହୃତ ଜିନିଷକୁ ବ୍ୟବହୃତରେ ପରିଣତ କରିବା, ଚିତ୍ରାଙ୍କନ, ଗଳ୍ପ, ନୃତ୍ୟ, ବିଜ୍ଞାନର ଚମତ୍କାରିତା ସହ ଯୋଗଗୁରୁ ଶ୍ରୀମତୀ ସୋନାଲିଶା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଯୋଗ, ମନ୍ତ୍ର ପାଠ ସହ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବାର କଳା ଶିକ୍ଷାଲାଭ କରିଥିଲେ । ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସିଲୁ ପଣ୍ଡା, ଶିକ୍ଷୟିତ୍ରୀ ମନୋରମା ସାହୁ, ସାଗରିକା ମଲ୍ଲିକ, ସୁସ୍ମିତା ଦାସ, ମମତା ସ୍ୱାଇଁ ପିଲାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ରଶ୍ମିତା ମଲ୍ଲିକ, ଅମରକାନ୍ତ ପରିଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିବିରର ଅନ୍ତିମ ଦିନରେ ବିଶିଷ୍ଟ କାହାଣୀକାର ଶ୍ରୀମତୀ ମୀରା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ସୁଉପଦେଶ ଦେବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ