୭ ଖଣ୍ଡ ଗଡ଼ କାଠ ସହ ଟାଟା ମ୍ୟାଜିକ ଜବତ, ଜଣେ ଗିରଫ

ବୁଗୁଡା/ପୋଲସରା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ପକ୍ଷରୁ ଭାମଶ୍ୟାଳି ଗ୍ରାମର ଆମ୍ବିଳିଝର ଛକ ନିକଟରେ ୭ଖଣ୍ଡ ମୂଲ୍ୟବାନ ଶାଗୁଆନ ଗଡ କାଠ ସହ ଓଡ଼ି ୨୫ – ୩୪୨୯ ଟାଟା ମ୍ୟାଜିକ ଗାଡି ଜବତ ହେବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଏବଂ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ମଇ ୧୪ ତାରିଖ ପୂର୍ବ ରାତ୍ରରେ ଏହି ଚଢ଼ାଉ ଅନୁଷ୍ଠିତ ହୋଇଥିଲା। ଟାଟା ମ୍ୟାଜିକ ଗାଡ଼ିରେ ୨୫.୭୬ ସିଏଫଟି ମୂଲ୍ୟବାନ ଶାଗୁଆନ ଗଡ଼ କାଠ ଚୋରା ଚାଲାଣ ହେଉଥିବା ବେଳେ ଗଡ କାଠ ଓ ଗାଡି ଜବତ ହେବାସହ ଆସାମୀ ବିଦ୍ୟାଧର ଡାକୁଆକୁ ଗିରଫ କରାଯାଇଛି। ଚଢ଼ାଉରେ ଡେପୁଟି ରେଞ୍ଜର ଅନିଲ କୁମାର ପଣ୍ଡା, ବନପାଳ କଳ୍ପନା କୁମାରୀ ପ୍ରଧାନ, ବନରକ୍ଷୀ ସୁବ୍ରତ କୁମାର ତ୍ରିପାଠୀ ଓ ପ୍ରଦୀପ କୁମାର ପରିଛା, ସୂର୍ଯ୍ୟମଣି ସେଠୀ ଙ୍କ ସମେତ ବନଖଣ୍ଡ ସୁରକ୍ଷା ବାହିନୀ ଓ ପାରା ଫରେଷ୍ଟର ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ