ହାଟଡିହି ବ୍ଲକ ମିଶନଶକ୍ତି ଫେଡେରେସନର କର୍ମକର୍ତ୍ତା ଚୟନ ନେଇ ବିବାଦ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମିଣନଶକ୍ତି ଫେଡେରେସନର କର୍ମକର୍ତ୍ତା ଚୟନକୁ ନେଇ ବିବାଦ ଦେଖା ଦେଇଛି । ଆଜି ହେବାକୁ ଥିବା ଚୟନ ପ୍ରକ୍ରୀୟା ବୈଠକରୁ ଅର୍ଦ୍ଧାଧିକ ସଭ୍ୟା ବୈଠକ ବର୍ଜନ କରିଛନ୍ତି । ଫଳରେ କର୍ମକର୍ତ୍ତା ଚୟନ ହୋଇପାରି ନାହିଁ । ସୁଚନାରୁ ଜଣାଯାଇଛି ଯେ ଗତ କିଛିଦିନ ହେଲା ମିଶନଶକ୍ତି ଫେଡେରେସନ ର ସଭାପତିଙ୍କ କାର୍ଯ୍ୟକଳାପକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ବୈଠକ ବସି ନୁତନ କର୍ମକର୍ତ୍ତା ଚୟନ କରାଯିବ ବୋଲି ସ୍ଥିରିକୃତ ହୋଇଥିଲା । ଆଜି ବିଡିଓ, ସିଡିପିଓଙ୍କ ଉପସ୍ଥିତିରେ ବୈଠକ ବସି ୩୧ଟି ଯାକ ପଞ୍ଚାୟତର ଇ.ସି ମେମ୍ବର ମାନଙ୍କୁ ନେଇ କର୍ମକର୍ତ୍ତା ଚୟନ ଲାଗି ବୈଠକ ଚାଲିଥିବାବେଳେ କାହିଁକି ବ୍ଲକ ଅଧ୍ୟକ୍ଷାଙ୍କୁ ବୈଠକକୁ ଡକାଯାଇ ନାହିଁ କହି ଅର୍ଦ୍ଧାଧିକ ସଭ୍ୟା କକ୍ଷତ୍ୟାଗ କରିଥିଲେ । ବ୍ଲକ ଅଧ୍ୟକ୍ଷାଙ୍କୁ ପୁର୍ବରୁ ସମସ୍ତ ବୈଠକକୁ ଡକାଯାଉଥିବାବେଳେ ଓ ସେ ସମସ୍ତ ବୈଠକରେ ଉପସ୍ଥିତ ରହୁଥିବାବେଳେ ଆଜି ତାଙ୍କୁ କାହିଁକି ଡକା ନଗଲା ବୋଲି ଅନେକ ସଭ୍ୟା ପ୍ରଶ୍ନ କରିବା ସହିତ ବୈଠକରୁ ବାହାରି ପଳାଇ ଆସିଥିଲେ । ବିଡିଓ ଏବଂ ସିଡିପିଓ ସେମାନଙ୍କୁ ବୁଝାସୁଝା କରିଥିଲେବି କିଛି ସୁଫଳ ମିଳିନଥିଲା । ବୈଠକରେ କାଳେ କିଛି ଅଘଟଣ ଘଟିବ ସେନେଇ ବ୍ଲକ ପରିସରରେ ମହିଳା ପୁଲିସଙ୍କୁ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ