ନୂଆବଜାର ବୀଣା ହୋଟେଲ ଗଳିରେ ଜଉକଣ୍ଢେଇ ବାହାଘର

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ନୂଆବଜାର ବୀଣା ହୋଟେଲ ଗଳି ମହିଳା ଓ ଶିଶୁମାନଙ୍କ ଦ୍ୱାରା ୧୨ତମ ଜଉକଣ୍ଢେଇ ବାହାଘର ପାଇଁ ହଳଦୀ ମଖା ଓ ଗାଧୁଆ ପର୍ବ ପାରମ୍ପରିକ ରୀତିରେ ସମାପନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ ଜିଲାର ଯୁବ ବୁଣାକାର ଚନ୍ଦନ ମେହେର ଯୋଗ ଦେଇ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ ଜଉକଣ୍ଢେଇର ବର କନିଆଁ ଦେହରେ ସୁବାସିତ ହଳଦୀ ଲଗାଇ ଶୁଦ୍ଧ ଜଳରେ ଗାଧୋଇ ଦେଇ ଥିଲେ । ଏହା ପରେ ବର କର୍ତ୍ତା ମୌସୁମୀ ଦାସଅଧିକାରୀ ଓ କନିଆଁ କର୍ତ୍ତା ବନିତା ବେହେରା, ସେକ୍ ଚିଣ୍ଟୁ, ଯୁବ ବିକାଶ ସଂଗଠନର ଗୋବିନ୍ଦ ଦଳାଇ, ବାଲେଶ୍ୱରୀ ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ, କନକଲତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହଳଦୀ ମଖା ଓ ଗାଧୁଆ ପର୍ବ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଜଉକଣ୍ଢେଇ ଶିଳ୍ପୀ ରାକେଶ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସନ୍ଧ୍ୟାରେ ପାରମ୍ପରିକ ରୀତିରେ ଲାବଣ୍ୟବତୀ ଜଉକଣ୍ଢେଇ ସହ ଚନ୍ଦ୍ରଭାନୁ ଜଉକଣ୍ଢେଇରର ବିବାହ କାର୍ଯ୍ୟ ସମାନ ହୋଇଯାଇଥିଲା । ଆସନ୍ତା କାଲି ଭୋଜିଭାତ ଓ ନାଚଗୀତ କରି ଆନନ୍ଦ ଉଲ୍ଲାସରେ ଉତ୍ସବ ପାଳନ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ