କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲାପାଳ ଙ୍କ ସଦ୍ଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡି ଙ୍କ ଅଧ୍ୟକ୍ଷତା ରେ ଚତୁର୍ଥ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ବୈଠକ ଆରମ୍ଭ ରେ ଜିଲ୍ଲା ଦକ୍ଷତା ପରିଷଦ ର ଆବାହକ ଶ୍ରୀ ଅଜିତ କୁମାର ଉତ୍ତରାୟ ବୈଠକ ର ଆଭିମୁଖ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ।ଏଥିରେ ଆଇ ଟି ଆଇଓ ପଲିଟେକ୍ନିକ ରେ ବାଳିକା ଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗ ଓ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜିଲ୍ଲା ନିୟୋଜନ ଅଧିକାରୀ ଓ ଆଇ ଟି ଆଇ ,ପଲିଟେକ୍ନିକ ର ଅଧ୍ୟକ୍ଷ ମାନଙ୍କୁ ଅଧିକ ରୁ ଅଧିକ ପରାମର୍ଶ ଶିବିର ଏବଂ ସ୍ପଟ ରେଜିଷ୍ଟ୍ରସନ ପାଇଁ ପରାମର୍ଶ ଦେଇ ଥିଲେ । ଜିଲ୍ଲାପାଳ ଜିଲ୍ଲା ରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ମେଳା/ନିଯୁକ୍ତି ଅଭିଯାନ ର ସମୀକ୍ଷା କରିଥିଲେ ଓ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ ହୋଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନବାକୁ ପରାମର୍ଶ ଦେଇଥିଲେ।ସୂଚନା ଅନୁସାରେ ୨୦୨୨-୨୩ ବର୍ଷରେ ଜିଲ୍ଲା ନିୟୋଜନ କାର୍ଯ୍ୟଳୟ ଦ୍ଵାରା ଅନୁଷ୍ଠିତ ନିଯୁକ୍ତି ମେଳା ରେ ୬୦ ଟି ବିଭିନ୍ନ ନିଯୁକ୍ତିଦାତା କମ୍ପାନୀ ଯୋଗ ଦେଇ ଜିଲ୍ଳାର ମୋଟ ୭୧୯ ଜଣ ପାର୍ଥିଙ୍କୁ ନିଯୁକ୍ତି ଦେଇଛନ୍ତି। ଆତ୍ମ ନିର୍ଭରଶୀଳ ଦକ୍ଷତା ବିକାଶ ରେ ପ୍ଲମ୍ବିଂ, ବିଉଟି କେଆର୍, ବାମ୍ବୁ କ୍ରାଫ୍ଟ, ଟେଲରିଂ, ୱେଲ୍ଡିଙ୍ଗ, ମୋଟର ସାଇକେଲ ମରାମତି, ଇଲେକ୍ଟ୍ରିସୀଅନ, ସେଲ ଫୋନ ମରାମତି ଇତ୍ୟାଦି ର ବ୍ୟବସ୍ଥା ରହିଛି।ସେଭଳି ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରୁ ଉତିର୍ଣ୍ଣ ପରେ ପ୍ରାର୍ଥୀ ମାନଙ୍କ ପାଇଁ କେନ୍ଦ୍ର ସରକାରଂକ ସି ଟି ଟି ସି ଦ୍ଵାରା ସ୍ୱଳ୍ପ ଅବଧି ଏଡଭାନ୍ସଡ ଟ୍ରେନିଂ ଦିଆଯାଉଛି। ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳ ସଚିବ ପିତାମ୍ବର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା ର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ଆଇ ଟି ଆଇ ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ଓର୍ମାସ ଅଧିକାରୀ ଜର୍ଜ କେର୍କେଟା, ଡି ପି ସି,ମିଶନ ଶକ୍ତି ଅମୃତ ପାଢୀ, ଡି ପି ଏମ, ଓ ଏଲ ଏମ ପ୍ରଶାନ୍ତ ମିଶ୍ର, ବେଦାନ୍ତ ଆଲୁମିନା ରୁ ଅଭିନୟ ପ୍ରତାପ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଉଦୟନ ମହାପାତ୍ର ଓ ଅମ୍ବୁଜ ତିୱାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ