୬ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ଶ୍ରୀକାନ୍ତ ସାହୁ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ନିଜ ନିର୍ବାଚନ ମଣ୍ଡଳୀ ର ୬ ଜଣ ମୃତକଙ୍କ ପରିବାର ଓ ଜଣେ ଆହତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ପୋଲସରା ବ୍ଲକ ଅନ୍ତର୍ଗତ ବୁଢେଈଶୁଣି ଗ୍ରାମର ମୁରଲୀ ପାଳ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ମଇ ୨୯ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ୱାର୍ଡ ମେମ୍ବର ସୁକାନ୍ତି ବେହେରା ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ମଇ ୨୯ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଳକର ଲକ୍ଷ୍ମୀପୁର ଗ୍ରାମର ସୁନୀଲ କୁମାର ପାଣିଗ୍ରାହୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ମଇ ୩୦ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ସନାବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଳକର ମା ସିଂହାସିନୀ ଙ୍କ ମୁଖ୍ୟ ପୂଜକ ତଥା କଷିପଡା ଗ୍ରାମର ରାମ ଜାନୀ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ମଇ ୩୦ ତାରିଖ ଦିନ ଶ୍ରୀ ସାହୁ ମୃତକଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇଥିଲେ। ବୁଗୁଡା ବ୍ଲକ ଅନ୍ତର୍ଗତ ପଙ୍କଳସାହି ଗ୍ରାମର ରାଜେନ୍ଦ୍ର ଜେନା ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ମଇ ୩୧ ତାରିଖ ଦିନ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡା ବ୍ଲକ ଅନ୍ତର୍ଗତ ତାମ୍ବୀରି ଗ୍ରାମର ମନୀ ପ୍ରଧାନ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। ମଇ ୩୧ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ବଜ୍ରାଘାତରେ ଆହତ ହୋଇଥିଲେ। ମଇ ୩୧ ତାରିଖ ଦିନ ବିଧାୟକ ଆହତ ପରିବାର ନିକଟକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଗ୍ରାମ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ