ମୋହନା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି l ବ୍ଲକ ଅମଲା ସଂଘର ସଭାପତି ଯୁଧିଷ୍ଠିର ରଣସିଂ ଙ୍କ ନେତୃତ୍ୱରେ ଗୁରୁବାର ଅମଲା କର୍ମଚାରୀ କଳା ବ୍ୟାଜ ପିନ୍ଧି ଆନ୍ଦୋଳନ କରିବା ସହ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିଶେଷ କରି ଅମଲା କର୍ମଚାରୀ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବାବେଳେ ବର୍ତ୍ତମାନ ସରକାର ସେମାନଙ୍କୁ ମାଟ୍ରିକ ଯୋଗ୍ୟତା ହlରରେ ହିଁ ଦରମା କରୁଛନ୍ତି l ତେଣୁ ତୁରନ୍ତ ସେମାନଙ୍କୁ ସ୍ନାତକ ଯୋଗ୍ୟତା ହାରରେ ଦରମା ପ୍ରଦାନ ପାଇଁ ଅମଲା ସଂଘ ପକ୍ଷରୁ ଦାବି କରାଯାଇଛି l ଗତ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଦାବି ଦେଇ ଅମଲା କର୍ମଚାରୀ କଲା ବ୍ୟାଜ ପରିଧାନ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ଦେଇ ନାହାନ୍ତି l ତେଣୁ ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ଅମଲା ସଂଘର ସଭାପତି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ