ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପାନୀୟଜଳ ବଣ୍ଟନ କଲେ ଶିବଶକ୍ତି ସାମାଜିକ ଉନ୍ନୟନ ସଂସ୍ଥା

ହାଟଡିହିି, (ବିକାଶ ବିଶ୍ୱାଳ):ଗତକାଲି ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଲ ଦୁର୍ଘଟଣା ସମଗ୍ର ଦେଶକୁ ସ୍ଥବ୍ଦ କରିଦେଇଛି । ହଜାର ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ ହାଟଡିହି ବ୍ଲକର ଶିବଶକ୍ତି ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯିବା ସହିତ ଦୁର୍ଘଟଣାସ୍ଥଳରେ ଲୋକମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଛି । ଶିବଶକ୍ତି ଉନ୍ନୟନ ସଂସ୍ଥାର ସଭାପତି ବିଶ୍ୱନାଥ ପ୍ରତାପ ଜେନା, ସମ୍ପାଦକ ତାପସ ନାୟକ, ରବିନ୍ଦ୍ର ଜେନା, ଲକ୍ଷ୍ମଣ ବେହେରା, ନିରଞ୍ଜନ ଜେନା, ପ୍ରଦୀପ ପହି, ବାଦଲ ଜେନା, ସିପୁ ଧଳ, ଦେବାଶିଷ ଧଳ, ସରୋଜ ନାୟକ, ସଦାଶିବ ନାୟକ ପ୍ରମୁକ ସଦସ୍ୟମାନେ ଗତକାଲି ରାତିରୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହେବାସହ ଲୋକମାନଙ୍କୁ ପାନୀୟ ଜଳ ବଣ୍ଟନ କରିଥିଲେ । ସଭାପତି ବିଶ୍ୱନାଥ ପ୍ରତାପ ଜେନା ଏହି ଘଟଣାରେ ମୃତ ବ୍ୟକ୍ତି ମାନଙ୍କ ଅମରଆତ୍ମାର ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ