ସୌଦାମିନୀ ମୃତ୍ୟୁ ଘଟଣାକୁ କ୍ରାଇମବ୍ୟାଞ୍ଚ ଦ୍ୱାରା ତଦନ୍ତ ହେବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟର ଛାତ୍ରୀ ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାର କ୍ରାଇମ ବ୍ୟାଞ୍ଚ ଦ୍ୱାରା ତଦନ୍ତ କରାଯିବ ବୋଲି ଗଜପତି ଏସପି ଏସ. ସ୍ୱାତୀ କୁମାର ଆଜି ଘୋଷଣା କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ସୌଦାମିନୀ ମୃତ୍ୟୁ ଘଟଣା ନେଇ ଗତ ୪୬ ଦିନ ହେଲା ଗଜପତି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଜାରି ରହିଥିଲା. ଏଥିରେ ଦାବି କରାଯାଇଥିଲା ସୌଦାମିନୀର ମୃତ୍ୟୁ ଏକ ସୁପାରୀକଳ୍ପିତ ହତ୍ୟା. ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ସହ ସୌଦାମିନୀ ପରିବାରଙ୍କୁ କ୍ଷତିପୁରଣ ଦାବିରେ ଗତ ଏପ୍ରିଲ ୨୫ ତାରିଖ ଠାରୁ ରିଲେ ଅନଶନ ଆରମ୍ଭ ହୋଇଥିଲା. ଗତ ୪୬ ଦିନ ଧରି ରିଲେ ଅନଶନ ପରେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ପ୍ରତିବାଦରେ ଆଜି ସିପିଆଇଏମ ତରଫରୁ ଏକ ବିରାଟ ରାଲି ପାରଳା ସହର ପରିକ୍ରମା କରି ଦାବି ହାସଲ ପାଇଁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ହରତାଳ କରିଥିଲେ. ଏହି ସମୟରେ ଗଜପତି ଏସପି ଏସ. ସ୍ୱାତୀ କୁମାର ଘଟଣା ସ୍ଥଳରେ ପହଞ୍ଚି ସୌଦାମିନୀର ମୃତ୍ୟୁ ଘଟଣା କ୍ରାଇମ ବ୍ୟାଞ୍ଚ କରିବ ବୋଲି ଘୋଷଣା କରି ତଦନ୍ତ ସରିବା ପର‌୍ୟ୍ୟନ୍ତ ସମସ୍ତ ଆନ୍ଦୋଳନରୁ ଓହରିବା ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ଗଜପତି ଏସପି ଆଜିର ଆନ୍ଦୋଳନକାରୀଙ୍କୁ ନିବେଦନ କରିଥିଲେ. ଏହି ଆନ୍ଦୋଳନକ୍ସର ଯୋଗ ଦେଇଥିବା ରାଜ୍ୟ ସିପିଆଇଏମର ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ସିପିଆଇଏମ ନେତା ଜଗନ୍ନାଥ ମିଶ୍ର, ଦଣ୍ଡପାଣି ରଇତ, ଡି. ଭେଙ୍କଟ ରାଓ ପ୍ରମୁଖ ଜଣାଇଛନ୍ତିଯେ ପୋଲିସ ମହା ନିର୍ଦେଶକଙ୍କ ନିର୍ଦେଶକ୍ରମେ ଗଜପତି ଏସପି ସୌଦାମିନୀ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମ ବ୍ୟାଞ୍ଚ ଦ୍ୱାରା କରାଯିବ ବୋଲି ଘୋଷଣା କରିଛନ୍ତି. ସିପିଆଇଏମ ଦଳ ଗତ ୪୬ ଦିନ ଧରି ସୌଦାମିନୀର ମୃତ୍ୟୁ ଘଟଣାର ପ୍ରକୃତ ରହସ୍ୟ ଉଦଘାଟନ ଏବଂ ମୃତ ପରିବାରକୁ କ୍ଷତି ପୂରଣ ଦାବିରେ ଗଜପତି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଚାଲିଥିଲା. ଆଜିଠାରୁ ଦାବି ହାସଲ ପର‌୍ୟ୍ୟନ୍ତ ଆମରଣ ଅନଶନ ଡାକରା ଦିଆ ଯାଇଥିଲା. ହେଲେ ପୋଲିସ ମହା ନିର୍ଦେଶକଙ୍କ ନିର୍ଦେଶ ଅନୁଯାଇ କ୍ରାଇମ ବ୍ୟାଞ୍ଚ ତଦନ୍ତ ଘୋଷଣା ପରେ ଆଜି ଠାରୁ ସମସ୍ତ ଆନ୍ଦୋଳନକୁ ସିପିଆଇଏମ ଦଳ ସ୍ଥଗିତ ରଖିଛି. କ୍ରାଇମ ବ୍ୟାଞ୍ଚ ତଦନ୍ତରେ ଦୋଷୀଙ୍କୁ ବିହୀତ କାର‌୍ୟ୍ୟାନୁଷ୍ଠାନ ଏବଂ ମୃତ ପରିବାରଙ୍କୁ ଆବଶ୍ୟକ କ୍ଷତି ପୁରଣ ଦିଆ ନ ଗଲେ ପୁଣି ସମସ୍ତ ପ୍ରକାର ଆନ୍ଦୋଳନ ଆରମ୍ଭ ହେବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ