ପାଇକ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲ କୁ ମିଳିଲା ପ୍ରକୃତିବନ୍ଧୁ ପୁରସ୍କାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସାନଖେମୁଣ୍ଡି ବ୍ଲକ ପାଇକ ଜଗନାଥପୁର ରଘୁନାଥ ହାଇସ୍କୁଲକୁ ରାଜ୍ୟସ୍ତରୀୟ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବାଜଣାପଡ଼ିଛି । ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ୍ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ରଘୁନାଥ ହାଇସ୍କୁଲକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାରୁ ପୁରସ୍କୃତ ହୋଇଥିବା ୬ ଟି ବିଦ୍ୟାଳୟ ସହ ଅନ୍ୟ ୬ ଗୋଟି ଅନୁଷ୍ଠାନକୁ ସମ୍ମାନିତ ପୁରସ୍କାର ବାବଦକୁ ମାନପତ୍ର ସହ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।ସରକାରଙ୍କ ପକ୍ଷରୁ ପାଇକ ଜଗନ୍ନାଥପୁର ହାଇସ୍କୁଲରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ ନେଇ ଖବର ପ୍ରସାରିତ ହେବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ଏହି ଅବସରରେ ବିଦ୍ୟାଳୟ ରେ ଆଜିଏକ ସ୍ବତନ୍ତ୍ର ବୈଠକର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାଅନୁଷ୍ଠାନର ସଫଳତା ନେଇ ଖୁସି ବ୍ୟକ୍ତ କରିବା ସହ ପ୍ରଧାନ ଶିକ୍ଷକ ରଘୁନାଥ ମହାରଣା , ଇକୋ କ୍ଳବ୍ ତଥା ହିନ୍ଦୀ ଶିକ୍ଷକ ଲକ୍ଷ୍ମୀ ନାରାୟଣ ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସମ୍ମାନିତ ଅତିଥି ଭାବେ ସିଆରସିସି ଦିଲୀପ ପ୍ରଧାନଙ୍କ ସହ ପୂର୍ବତନ ଶିକ୍ଷାର୍ଥୀଙ୍କ ପକ୍ଷରୁ ବୈଦ୍ୟନାଥ ସିଂ , ନିକୁଞ୍ଜ ବିଷୋୟୀ , ବଳରାମ ଗୌଡ଼ , ସରସ୍ଵତୀ ମହାରଣା , ଶ୍ରୀଧର ତ୍ରିପାଠୀ , ତୁକୁ ପ୍ରଧାନ , ଆରତୀ ନାୟକ , ସ୍ୱାଗତିକା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


