ସାମ୍ବାଦିକଙ୍କୁ ଅଣଦେଖା
ହାଟଡିହିି, (ବିକାଶ ବିଶ୍ୱାଳ):୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ହାଟଡିହି ଗ୍ରସ୍ଥ ବେଳେ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସଚିବଙ୍କ ଏହି ଗ୍ରସ୍ଥ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦିଆଯାଇ ନଥିବାବେଳେ କୌଣସି ପ୍ରତିନିଧିଙ୍କୁ ମଧ୍ୟ ସେଠାକୁ ଡକାଯାଇ ନଥିଲା । ଏପରିକି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଲୋକମାନଙ୍କୁ ଗାଡିକରି ସଭାସ୍ଥଳୀକୁ ଅଣାଯାଇଥିବାବେଳେ ଲୋକମାନଙ୍କୁ ଚିକେନ ଭାତ ବଣ୍ଟାଯାଇଥିଲା । କିନ୍ତୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକାଗଲା ନାହିଁ କିମ୍ବା ତାଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଏହା ଏକ ସରକାରୀ କାର୍ଯ୍ୟକ୍ରମ ବୋଲି ନେତାମାନେ କହୁଥିବାବେଳେ ଲୋକମାନଙ୍କୁ ଟ୍ରକ ବସରେ ବୋହି ସଭାସ୍ଥଳକୁ ଆଣିବା କାର୍ଯ୍ୟ ସରକାରୀ ବାବୁଙ୍କର ଥିଲା ନା ନେତାଙ୍କର ଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।