ଦୁର୍ବୃତ୍ତ ଙ୍କ ଖଣ୍ଡା ଚୋଟ ରେ ପାନ ଦୋକାନୀ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ଛକରେ ଶନିବାର ରାତି ପ୍ରାୟ ୧୦ ଟା ସମୟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡିଛି।ଆକ୍ରମଣରେ ଗୁରୁତର ହୋଇଥିବା ଦୋକାନୀ ଜଣକ ହେଲେ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ୍ଡୀ।  ସୁଶାନ୍ତ ଅନନ୍ତେଇ ଛକରେ ଥିବା ନିଜ ପାନ  ଦୋକାନ ବନ୍ଦ କରି ରାତିରେ ଘରକୁ ଫେରୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ  ୩ ଜଣ ଦୁର୍ବୃତ୍ତ   ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ  ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପରିବାର ଲୋକେ ଗ୍ରାମବାସୀ ଙ୍କ ସହାୟତା ରେ ଉଦ୍ଧାର କରି ଏକ ଅଟୋ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସୁଶାନ୍ତ ଓ ଗ୍ରାମର କିଛି ଯୁବକ ଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଅଧିକାଂଶ ସମୟରେ ସୁଶାନ୍ତ ମଦ୍ୟପାନ କରି ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଥିଲେ। ଏଣୁ ସୁଶାନ୍ତ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୁଶାନ୍ତଙ୍କ ବାମ ଗୋଡ଼ ରେ ଖଣ୍ଡା ଚୋଟ ଯୋଗୁଁ ଗଭୀର କ୍ଷତ ହୋଇଯାଇଥିବା ବେଳେ ଗାଲରେ ଖଣ୍ଡା ଚୋଟ ବାଜିଛି ଏବଂ ବାମ କାନ ମଧ୍ୟ ଖଣ୍ଡିଆ ହୋଇଥିବା ଜଣାପଡିଛି ।ଏନେଇ ସୁଶାନ୍ତ ଙ୍କ ସ୍ତ୍ରୀ ବନିତା ସେଠୀ ଶନିବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।  ଦିଗପହଣ୍ଡି ଥାନା ମାମଲା ନଂ. ୨୩୧/୩୩ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚାଲିଥିବା ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ଯୋଗୁଁ ଗ୍ରାମରେ ପୂର୍ବରୁ ୪ଜଣ ପୋଲିସ କର୍ମଚାରୀ ମୁତୟନ ଥିଲେ ମଧ୍ୟ ଯୁବକଙ୍କୁ ଏଭଳି ଆକ୍ରମଣ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ