ପାଗଳ କୁକୁର କାମୁଡାରେ ୧୫ ଛେଳି ଛୁଆ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଜାମୀ ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ୧୫ ଗୋଟି ଛେଳି ଛୁଆ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ଏହି ଅଭାବନୀୟ ଘଟଣା ଗତକାଲି ମଧ୍ୟରାତ୍ରରେ ଘଟିଥିବା ଜଣା ପଡିଛି. ଜାମୀ ଗ୍ରାମର ଗୋଲା ସାହି ବାସିନ୍ଦା ପି. ଆପ୍ପନା ତାଙ୍କ ଛେଳି ଗୁହାଳରେ ୩୦ ଗୋଟି ଛେଳି ରଖି ପାଳନ କରି ଆସୁଥିଲେ. ଗତକାଲି ମଧ୍ୟରାତ୍ରରେ କୌଣସି ଏକ ପାଗଳା କୁକୁର ଛେଳି ଗୁହାଳ ମଧ୍ୟରେ ପ୍ରବେଶ କରି ଛେଳି ଛୁଆମାନଙ୍କୁ ଆକ୍ରମଣ କରି କାମୁଡ଼ିବା ଯୋଗୁଁ ୧୫ ଗୋଟି ଛେଳିର ମୃତ୍ୟୁ ଘଟିଥିଲା. ଗତକାଲି ମଧ୍ୟରାତ୍ରରେ ଛେଳି ଛୁଆମାନଙ୍କୁ କୁକୁର ଆକ୍ରମଣବେଳେ ଛେଳି ଛୁଆଙ୍କ ଆକ୍ରୁର ଚିକ୍ତାରରେ ଛେଳି ପାଳନ କରିଥିବା ଆପ୍ପନାଙ୍କ ସମେତ ସାହି ପଡିଶା ଦୌଡ଼ି ଆସିବା ବେଳେ କୁକୁରଟି ଛେଳି ଛୁଆ ମାନଙ୍କୁ କ୍ଷତ ବିକ୍ଷତ କରି ଘଟଣା ସ୍ଥଳରୁ ଦୌଡ଼ି ଚାଲି ଯାଇଥିଲା. ଛେଳି ପାଳନ କରିଥିବା ଆପ୍ପନା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ