୫ଦଫା ଦାବିନେଇ ଅନସନ

ହାଟଡିହିି, (ବିକାଶ ବିଶ୍ୱାଳ):୫ଦଫା ଦାବିନେଇ ଶାଳଣିଆଁ ବିଷ୍ଣୁପୁର ଗ୍ରାମରେ ସୁବାସ ଯେନା ନାମକ ଜଣେ ବ୍ୟକ୍ତି ଆଜିଠାରୁ ଅନସନରେ ବସିଛନ୍ତି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା, ଶାଳଣିଆଁ ଅଞ୍ଚଳରେ ଦିନକୁ ଦିନ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ତୁରନ୍ତ ଫାଣ୍ଡି ସ୍ଥାପନ କରିବା, ଏ ଅଞ୍ଚଳରେ ବିଭିନ୍ନ ବାଲି ଖାଦାନରୁ ଦିନରାତି ଭାରିଯାନରେ ବାଲି ପରିବହନକୁ ବନ୍ଦ କରିବା, ଏଠାରେ ଥିବା ଦେଶୀଓ ବିଦେଶୀ ମଦ ଦୋକାନ ଥିବାରୁ ବହୁ ସମୟରେ ମଦ୍ୟପ ମାନେ ଉତ୍ସୃଙ୍ଖଳିତ ଆଚରଣ ସୃଷ୍ଟି କରି ଏଠାରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ମଦ ଦୋକନ ଗୁଡିକୁ ସ୍ଥାନାନ୍ତର କରିବା ଆଦି ଦାବିରେ ସୁବାସ ଯେନା ନାମକ ଜଣେ ବ୍ୟକ୍ତି ବିଷ୍ଣୁପୁର ଛକରେ ଅନସନରେ ବସିଛନ୍ତି । ଏନେଇ ପୁର୍ବରୁ ଆଦିକନ୍ଦ ଯେନା, କେଶବ ଯେନା, କୃପାସିନ୍ଧୁ ବେହେରା, ସୁଶାନ୍ତ ଯେନା, ବିଭୁଷଣ ଯେନା, ନିରଞ୍ଜନ ମୁଖି, ସୁଶାନ୍ତ ସାହୁ, ଅନିରୁଦ୍ଧ ଯେନା, ମନୋଜ କର, ବିଷ୍ଣୁ ପ୍ରସାଦ କବି, କାର୍ତ୍ତିକେଶ୍ୱର ବେହେରା, ନାରାୟଣ ସେନାପତି, ବ୍ରହ୍ମାନନ୍ଦ ଯେନା, ଶଶଧର ଯେନା, ଙ୍କ ସମେତ ଅନେକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାିଥିଲା । ମାତ୍ର ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ବିଷ୍ଣୁପୁର ଗ୍ରାମର ସୁବାସ ଯେନା ନାମକ ଜଣେ ବ୍ୟକ୍ତି ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନସନରେ ବସିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ