ଇଥିଓପିଆର ରେଭେରାନ୍ସ ଭର୍ଘିଜଙ୍କୁ ବାଲେଶ୍ୱରରେ ଭବ୍ୟ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ରୋମାନ କ୍ୟାଥୋଲିକ, ଉତ୍ତର ଓଡ଼ିଶା ଡାଇଓସିସିର ୪ବର୍ଷ ଧରି ଖାଲିପଡ଼ିଥିବା ବିଶଫ ପଦ ମଣ୍ଡନ ପାଇଁ ସୁଦୂର ସାଉଥ ଆଫ୍ରିକାରୁ ବାଲେଶ୍ୱରରେ ପହଞ୍ଚିଛନ୍ତି ଆରଟି ରେଭେରାନ୍ସ ଭର୍ଘିଜ୍‍ ଥୋତ୍ତାମକରା ସିଏମ । ବିମାନ ଯୋଗେ ସେ କୋଲକାତାରେ ପହଞ୍ଚିବା ସେଠାରୁ ସଡ଼କ ପଥରେ ଆସି ଚର୍ଚ୍ଚରେ ପହଞ୍ଚିଛନ୍ତି । କ୍ୟାଥଲିକ ଚର୍ଚ୍ଚ, ଜ୍ୟୋତି ହସପିଟାଲ, ବାଲେଶ୍ୱର ସାମାଜିକ ସେବା ସଂସ୍ଥା (ବିଏସଏସଏସ) କନଭେଣ୍ଟ ସ୍କୁଲ ସମେତ ସ୍ଥାନୀୟ ଶ୍ରୀକଣ୍ଠପୁର କ୍ୟାଥଲିକ ଯୁବକ ସଂଘ ପକ୍ଷରୁ ରେଭେରାନ୍ସ ଭର୍ଘିଜଙ୍କ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ବାଣ ଫୁଟାଇ, ବାଜା ବଜାଇ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଥମେ ଚର୍ଚ୍ଚର ପ୍ରାଥନା ଗୃହକୁ ଯାଇ ପ୍ରଭୁ ଯୀଶୁଙ୍କୁ ପ୍ରଣିପାତ କରିଥିଲେ । ଆସନ୍ତାକାଲି ବିଶପ ରେଭେରାନ୍ସ ଭର୍ଘିଜ୍‍ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ ସହ ଶପଥ ପାଠ କରିବେ ବୋଲି କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉତ୍ସବରେ ମୋଷ୍ଟ ରେଭେରାନ୍ସ ଜୋହନ ବରୱା ଓ ମୋଷ୍ଟ ରେଭେରାନ୍ସ ଲିଓ ପଲ୍ଲଦ ଜିରିଲି ବିଶେଷ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରପ୍ରାପ୍ତ ବିଶପ ଆଇଜାକ ସୂଚନା ଦେଇଛନ୍ତି । ଆଜିର ଏହି ସ୍ୱାଗତ ଉତ୍ସବରେ ବାଲେଶ୍ୱର ଡାଇଓସିସିର ବହୁ ଫାଦର, ବିଶପ, ସିଷ୍ଟର ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ୨୦୧୯ ମସିହା ଏପ୍ରିଲ ୨୨ ତାରିଖରେ ପୂର୍ବତନ ବିଶପ ଡ. ସାଇମନ କାଇପୁରମଙ୍କ ଦେହାନ୍ତ ପରେ ଏଠାରେ ଆଉ କେହି ନିଯୁକ୍ତ ହୋଇ ନଥିଲେ । ଫାଦର ଆଇଜାକ ପୁତୁନାନାଡ଼ି ଓଡ଼ିଶା ଡାଇଓସିସି ସମେତ ବିଏସଏସଏସର ଆଡମିନଷ୍ଟ୍ରେଟର ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ