ମୋଟାବାଡ଼ିରେ କୂଅ ଭିତରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ଏକ ଘର ପଛପଟ କୂଅ ଭିତରୁ ଜଣେ ବୃଦ୍ଧାଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ମୁତାବକ ମୋଟାବାଡି ଗ୍ରାମ ତଳସାହିର ମଲା ପ୍ରଧାନ ନାମକ ଜଣେ ବୃଦ୍ଧା ଆଜକୁ ପ୍ରାୟ ଏକ ସପ୍ତାହ ହେଲା ନିଖୋଜ ରହିଥିଲେ ।ମୃତ ମଲା ପ୍ରଧାନଙ୍କ ପରିବାର ଲୋକେ କହିବା ପ୍ରକାରେ ସେମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ମୃତ ମହିଳାଙ୍କ ପୁଅ କୈଳାସ ପ୍ରଧାନ ଏକ ନୂତନ ଘର ନିର୍ମାଣ କରିଥିବା ବେଳେ ସେହି ଘରର ବାରିପଟ କୂଅ ଭିତରେ ମହିଳା ଜଣଙ୍କ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୁଅ କୈଳାଶ ପ୍ରଧାନ ଓ ବୋହୁ ସବିତା ପ୍ରଧାନ ଙ୍କୁ ଜଣାଇଥିଲେ। ପୁଅ ଓ ବୋହୁ ବୁଗୁଡା ଥାନାକୁ ଯାଇ ଏହି ବିଷୟ ଜଣାଇଥିଲେ। ମଙ୍ଗଳବାର ସକାଳେ ବୁଗୁଡା ପୋଲିସ ଓ ଅଗ୍ନିଶମ ବାହିନୀ ଗଳିତ ମୃତ ଦେହକୁ କୂଅରୁ ଉଦ୍ଧାର କରି ଥିଲେ। ପୋଲିସ ବୃଦ୍ଧାଙ୍କ ମୃତ ଶରୀକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇଥିଲେ। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ