ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ସାହିତ୍ୟ ସଂଗଠକ, ସୁସାହିତ୍ୟିକ, ଶିକ୍ଷାବିତ୍ ଓ “ଘୁମୁସର ର ସ୍ବର” ସାହିତ୍ୟ ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତିର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରେରେ ଉଲ୍ଲେଖନୀୟ ଅବଦାନ ପାଇଁ କବିସୂର୍ଯ୍ୟ ନଗରସ୍ଥିତ “କବିସୂର୍ଯ୍ୟ ବଳଦେବ ସ୍ମୁ୍ତି ସଂସଦ” ପକ୍ଷରୁ ” କବିସୂର୍ଯ୍ୟ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଛି। ବାଲିପଦର ମହାବିଦ୍ୟାଳୟ ଠାରେ “କବିସୂର୍ଯ୍ୟ ବଳଦେବ ସ୍ମୁ୍ତି ସଂସଦ”ର ସଭାପତି ପ୍ରଫେସର କୈଳାଶ ନାଥ ସ୍ବାଇଁ, ବିଶିଷ୍ଟ ଲେଖିକା ତଥା ସମାଜସେବୀ ଇ.ମାହେଶ୍ୱରୀ ଦୋରା, ସଂପାଦନ ଡକ୍ଟର ଗୋବିନ୍ଦ ପ୍ରସାଦ ରଥ, ଗୁରୁମୂର୍ତ୍ତୀ ଗୌଡ଼ ଏବଂ ବାଲିପଦର ମହାବିଦ୍ୟାଳୟର ଅଧ୍ଯାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ମାନପତ୍ର ,ସିଲ୍ଡି, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ କାମେଶ୍ବର ବେହରା, ସୁଶାନ୍ତ କୁମାର ପଣ୍ଡା, ଡକ୍ଟର ଏ. ଜିତେସ୍ ରାଓ ଦୋରା, ଡକ୍ଟର ଶିଶିର କୁମାର ନାୟକ, ସରୋଜ କାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ