ଆବାସ ଯୋଜନାରୁ ବଞ୍ଚିତ ପାଇଁ ବ୍ଲକ ଘେରିଲେ ମହିଳା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦଧିବାବନପୁର ଗ୍ରାମରେ ୨୦ଟି ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାରୁ ଉଦେ୍ଦଶ୍ୟ ମୁଳକ ଭାବେ ସେମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରି ୨୦ରୁ ଉର୍ଦ୍ଧ ମହିଳା ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗ୍ରାମର ପୂଜା ଯେନା, ସଞ୍ଜୁଲତା ଯେନା, ମଧୁସ୍ମୀତା ଯେନା, ଜାନକୀ ଯେନା, ସୁବାସିନୀ ଯେନା, ଫୁଲ ଯେନା, କାମିନୀ ଯେନା, ଝିଣ୍ଟିକା ଯେନା, ମମତା ଯେନା, ବେବିନା ଯେନା, ସୁମତୀ ଯେନା, ପୂଜା ଯେନା, ପ୍ରମିଳା ଯେନା, ସୁଲୋଚନା ଯେନା, ମ୍ୟ୍ଜୁ ଯେନା, ରୀତା ଯେନା, ସୁଲୋଚନା ଯେନା ପ୍ରମୁଖ ମହିଳାଭ୍କ ଅଭିଯୋଗ ଅନୁଯାଇ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଗ୍ରାମର ଅନ୍ୟ ଶତାଧିକ ପରିବାର ଆବାସ ଯୋଜନାରେ ଘର ପାଇଥିବାବେଳେ ସେମାନଙ୍କ ନାମକୁ ଜାଣିଶୁଣି ବାଦ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ଗ୍ରାମର ଲୋକମାନଙ୍କ ନାମ ୨୦୧୧ରେ ପ୍ରସ୍ତୁତ ଏସ.ଇ.ସି.ସି ତାଲିକାରେ ନଥିବାରୁ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରି ନଥିଲା । ଅନେକ ଆଶା କରିଥିଲେ ଏଥର ଘର ମିଳିବ ବୋଲି । କିନ୍ତୁ ଗାଁର ଅନ୍ୟମାନେ ଘର ପାଇଥିବାବେଳେ ୨୦ରୁ ଉର୍ଦ୍ଧ ପରିବାର ଘର ପାଇନଥିବାରୁ ମହିଳାମାନେ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ କେହି ଅଧିକାରୀ ବ୍ଲକରେ ଉପସ୍ଥିତ ନଥିବାରୁ ସେମାନେ କାର୍ଯ୍ୟାଳୟ ବାରଣ୍ଡାରେ ବସିରହିଥିବା ଦେଖିବାକୁ ମିଳିଥିଲା ।


