ପାରଳାରେ ନୂତନ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ପାରଳାଖେମୁଣ୍ଡି ସହରର ୱାର୍ଡ ନଂ -୧ ରେ ଥିବା ରାମନଗର ଥରେ ଶ୍ରୀରାମଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୂଜନ ହୋଇଯାଇଛି. ରାମନଗରର ରାମ ମନ୍ଦିର କମିଟି ତରଫରୁ ଆଜି ଏହି ଭୂମି ପୂଜନ କରାଯାଇଥିଲା. କେତେକ ସାଧୁ, ସନ୍ଥ, ମହନ୍ତ ଏବଂ ପାରଳାଖେମୁଣ୍ଡି ସହରର ବହୁ ଭକ୍ତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଭୂମି ପୂଜନ ଉତ୍ସବରେ ଯୋଗ ଦେଇଥିଲେ.


