ଜେ ଇ ଇ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ଵର, (ସରୋଜ ପଣ୍ଡା):ଜେ ଇ ଇ ପ୍ରଶ୍ନପତ୍ର ପ୍ରଘଟ ବିରୁଦ୍ଧରେ ଆଜି ଏ ଆଇ ଡି ଏସ ଓ ବାଲେଶ୍ଵର ଜିଲ୍ଲା କମିଟି ପକ୍ଷରୁ ଭାରତର ପ୍ରଧାନମନତ୍ରୀ ଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି lଗତ ଜୁଲାଇ ୧୬ ତାରିଖରେ ହୋଇଥିବା ଓ ଏସ ଏସ ସି ସିଭିଲ ଜେ ଇ ଇ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନ ପତ୍ର ପ୍ରଘଟ ବାଲେଶ୍ଵର ଜିଲ୍ଲା ରେ ହୋଇଥିଲା। ଏଭଳି ଏକ ସମ୍ବେଦନ ଘଟଣା ରେ ଆଜି ସାରା ଓଡ଼ିଶାର ଛାତ୍ର ସମାଜ ଅତ୍ୟନ୍ତ ମର୍ମାହତ। ଏହି ପ୍ରଘଟ ଘଟଣା ରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦିଆଯିବା, ପରୀକ୍ଷା ପରିଚାଳନା ରେ ସ୍ବଚ୍ଛତା ବଜାଇ ରଖାଯିବା, ଆଉଟ୍ ସୋର୍ସିଂ ଦ୍ଵାରା ପରୀକ୍ଷା ପରିଚାଳନା ବନ୍ଦ କରାଯିବା ଆଦି ଦାବୀ ରେ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସଙ୍ଗଠନର ଜିଲ୍ଲା କମିଟି ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ମୃତୁଞ୍ଜୟ ସେନାପତି,ଦେବାଶିଷ ମଲ୍ଲିକ , ହିମାଂଶୁ ଗୋଚ୍ଛାୟତ ପ୍ରମୁଖ ଦାବିପତ୍ର ପ୍ରଦାନରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ