ସୁରକ୍ଷା କର୍ମୀ ଓ ସୁରକ୍ଷା ଅଧିକାରୀ ନିମନ୍ତେ ନିଯୁକ୍ତି ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଂ ଏକାଡେମୀ, ଏସ.ଆଇ.ଏସ ଇଣ୍ଡିଆ ଲିଃ, କଟକ ପକ୍ଷରୁ ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକ ର ଶିକ୍ଷିତ ଯୁବକ ମାନଙ୍କୁ ରୋଜଗାର ଯୋଗାଇ ଦେବା ନିମନ୍ତେ ନିଯୁକ୍ତି ଶିବିର ଆସନ୍ତା ୨୯.୦୭.୨୦୨୩ ରୁ ୧୬.୦୮.୨୦୨୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ଅଧିକାରୀ ଓ ସୁରକ୍ଷା କର୍ମୀ ପଦବୀରେ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଚୟନ ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ ହେବ I ଉକ୍ତ ଚୟନ ଶିବିର ଯଥାକ୍ରମେ ବାହାନଗା ବ୍ଲକ ପାଇଁ ୨୯.୦୭.୨୦୨୩, ବାଲିଆପାଳ ବ୍ଲକ ପାଇଁ ୧୬.୦୮.୨୦୨୩, ବସ୍ତା ବ୍ଲକ ପାଇଁ ୦୧.୦୮.୨୦୨୩, ଭୋଗରାଇ ବ୍ଲକ ପାଇଁ ୦୨.୦୮.୨୦୨୩, ଜଳେଶ୍ୱର ବ୍ଲକ ପାଇଁ ୦୩.୦୮.୨୦୨୩, ଖଇରା ବ୍ଲକ ପାଇଁ ୦୪.୦୮.୨୦୨୩, ନିଳଗିରି ବ୍ଲକ ପାଇଁ ୦୫.୦୮.୨୦୨୩, ଔପଦା ବ୍ଲକ ପାଇଁ ୦୭.୦୮.୨୦୨୩, ରେମୁଣା ବ୍ଲକ ପାଇଁ ୦୮.୦୮.୨୦୨୩, ସିମୁଳିଆ ବ୍ଲକ ପାଇଁ ୦୯.୦୮.୨୦୨୩, ସୋର ବ୍ଲକ ପାଇଁ ୧୦.୦୮.୨୦୨୩, ବାଲେଶ୍ୱର ସଦର ବ୍ଲକ ପାଇଁ ୧୧.୦୮.୨୦୨୩ ଅନୁଷ୍ଠିତ ହେବ I ଏଥି ନିମନ୍ତେ ପ୍ରାର୍ଥୀମାନଙ୍କର ସୁରକ୍ଷା କର୍ମୀ ନିମନ୍ତେ ବୟସ ୨୧-୩୬ ବର୍ଷ, ଉଚ୍ଚତା ୧୬୭.୫ ସେମି, ଓଜନ ୫୬-୯୦ କିଗ୍ରା ଏବଂ ଶାରୀରିକ ସୁସ୍ଥ ଥିବା ଆବଶ୍ୟକ ଅଟେ I ସୁରକ୍ଷା ଅଧିକାରୀ ନିମନ୍ତେ ବୟସ ୨୧-୩୭ ବର୍ଷ, ଉଚ୍ଚତା ୧୬୭.୫ ସେମି, ଓଜନ ୬୦-୯୦ କିଗ୍ରା ସହ ଶାରୀରିକ ସୁସ୍ଥ ଥିବା ଆବଶ୍ୟକ ଅଟେ I ମନୋନୀତ ପ୍ରାର୍ଥୀ ମାନଙ୍କୁ କଟକ, ଚୌଦ୍ୱାରରେ ଏସ. ଆଇ. ଏସ ଲିଃ ତରଫରୁ ଏକ ମାସ ପାଇଁ ଶାରୀରିକ ଦକ୍ଷତା, ଅଗ୍ନିଶମ ସେବା ପ୍ରଶିକ୍ଷଣ, ପ୍ରାଥମିକ ଚିକିତ୍ସ୍ୟା ଆଦି ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ସଫଳ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ରାଜ୍ୟ ତଥା ଦେଶର ଜଣାଶୁଣା ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବ I ସୁରକ୍ଷା କର୍ମୀଙ୍କ ମାସିକ ବେତନ ଟ. ୧୩,୦୦୦/- ରୁ ୧୯,୦୦୦/- ଓ ସୁରକ୍ଷା ଅଧିକାରୀ ଙ୍କ ଟ ୨୭,୫୦୦/- ରହି ଅଛି I ଚୟନ ନିମନ୍ତେ ଏସ. ଆଇ. ଏସ ସଂସ୍ଥାକୁ ପଞ୍ଜିକରଣ ଶୁଳ୍କ ବାବଦରେ ୫୦୦ ଟଙ୍କା ଦେୟ ଦେବାକୁ ପଡିବ I ଏହା ବ୍ୟତୀତ ଯୋଗ୍ୟ ମନୋନୀତ ପ୍ରାର୍ଥୀ ଙ୍କୁ ପ୍ରଶିକ୍ଷଣ, ରହିବା, ଖାଇବା, ପୋଷାକ ଓ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ୧୨,୫୦୦ ଟଙ୍କା ଏସ. ଆଇ. ଏସ କୁ ଦେୟ ଦେବାକୁ ପଡିବ I ଭର୍ତ୍ତୀ ନିମନ୍ତେ ନିର୍ଦ୍ଧାରିତ ତାରିଖରେ ନିଜର ଶିକ୍ଷାଗତ ଯୋଗ୍ୟତାର ସମସ୍ତ ପ୍ରମାଣ ପତ୍ର, ଆଧାର କାର୍ଡ (ଅରିଜିନାଲ ଏବଂ ଜେରକ୍ସ କପି) ତଥା ପାସପୋର୍ଟ ସାଇଜ ଫୋଟୋ ସହ ଚୟନ ସ୍ଥାନ ମାନଙ୍କରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ