ଭାରତୀୟ ସେନା ହାତରେ ଏସ୍ଆଇଜି-୭୧୬ ଆସଲଟ୍ ରାଇଫଲ୍

ଜାମ୍ମୁ କାଶ୍ମୀର  : ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ଲାଗି ଆମେରିକୀୟ ଜ୍ଞାନକୌଶଳରେ ନିର୍ମିତ ଏସ୍‌ଆଇଜି-୭୧୬ ଆସଲଟ୍‌ ରାଇଫଲ୍‌ ପ୍ରଦାନ କରାଯାଇଛି। ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ଉପରେ ଆତଙ୍କି ଆକ୍ରମଣ, ଅନୁପ୍ରବେଶ ଓ ପାକିସ୍ଥାନୀ ସେନାକୁ ଦୃଢ ଜବାବ୍ ଦିଆଯିବା ଲାଗି ଏହା ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ଆଧୁନିକୀକରଣ ପ୍ରକ୍ରିୟା ଦ୍ୱାରା ଭାରତୀୟ ସେନାକୁ ୧୦ ହଜାରଟି ଆମେରିକା ସିଗ୍ ସଉର୍ ରାଇଫଲ ପ୍ରଥମ ପର୍ଯ୍ୟାୟରେ ପ୍ରଦାନ ଆରମ୍ଭ ହୋଇଥିଲା । ଭାରତ ନିଜ ଅଗ୍ରୀମ ପଂକ୍ତି ସୈନିକଙ୍କୁ ଆଧୁନିକତା ଆସଲଟ୍ ଦ୍ୱାରା ଲେସ୍ ପାଇଁ ଫାଷ୍ଟ  ଟ୍ରାକ୍ ପ୍ରକ୍ରିୟା ଦ୍ୱାରା ୭୨,୪୦୦ ସିଗ୍ ସାଉତ୍ ରାଇଫଲ୍ ଅର୍ଡର କରିଛି। ଭାରତୀୟ ସେନା ନିଜ ସ୍ନାଇପର ରାଇଫଲ୍ ପାଇଁ ଗୋଳା ବାରୁଦ ଅପୂର୍ତ୍ତି ବି ଆରମ୍ଭ କରିସାରିଛି। ୨୧ ଲକ୍ଷରୁ ଅଧିକା ରାଉଣ୍ତ ଅର୍ଡର ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଏସ୍‌ଆଇଜି-୭୧ ଆସଲଟ୍ ରାଇଫଲ୍ ଭାରତରେ ପହଞ୍ଚାଯାଇଛି। ଏହି ଅତ୍ୟାଧୁନିକ ରାଇଫଲ ବ୍ୟବହାର ଜମ୍ମୁ କାଶ୍ମୀରର ଆତଙ୍କ ନିରୋଧୀ ଅଭିଯାନରୁ କରାଯିବ। ଏହି ରାଇଫଲ୍ ଆତଙ୍କବାଦୀଙ୍କୁ କାଳ ହେବ। ଭାରତ ଆମେରିକା ସହ ୭୦୦ କୋଟି ଟଙ୍କାର ରାଇଫଲ୍ ଡିଲ୍ କରିଛନ୍ତି । ଏହା ଦ୍ୱାରା ଭାରତୀୟ ସେନାକୁ ୭୨,୪୦୦ଟି ନୂଆ ଆସଲଟ୍ ରାଇଫଲ୍ ମିଳିବାର ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ