ଜଳିଗଲା ପାକିସ୍ତାନୀ ବସ, ୧୫ ମୃତ

କରାଚୀ : ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବେଳେ ୨୦ ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ ୪୪ ଜଣ ବ୍ୟକ୍ତି ବସିଥିଲେ । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ