ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ରାଜକିଶୋର ଲେଙ୍କାଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ସୁରମା ମହାପାତ୍ର ଯୋଗଦେଇ ଶ୍ରୀ ଲେଙ୍କାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଲେଙ୍କାଙ୍କ କାର୍ଯ୍ୟଦକ୍ଷତା ଓ ବିଭିନ୍ନ ସୁଗୁଣ ସମ୍ପର୍କରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଶ୍ରୀ ଲେଙ୍କାକୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ବେଳେ ଶ୍ରୀଲେଙ୍କା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ରାତ୍ରଜଗୁଆଳ ବାବୁଲି ଗୋଚ୍ଛାୟତଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବାକୁ ଇଚ୍ଛାପ୍ରକାଶ କରିଥିଲେ । ଫଳରେ ଶ୍ରୀ ଗୋଚ୍ଛାୟତ ଶ୍ରୀ ଲେଙ୍କାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଗତ ରବିବାର ଦିନ ଜିଲ୍ଲା ସଂସ୍କୃତି ଭବନ ପରିସରରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସମ୍ପାଦକ ଚତ୍ତରଞ୍ଜନ କବି ଓ ସଭାପତି ଭଞ୍ଜ କିଶୋର ଲେଙ୍କାଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ମାଧ୍ୟମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମର୍କତକେଶରୀ ରାୟ ଯୋଗ ଦେଇ ଶ୍ରୀ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ କାର୍ଯ୍ୟାଳୟର କର୍ମଚାରୀ ବିଶ୍ୱଜିତ ରାଉତ, ନିସିଦ୍ଧ କୁମାର ବାରିକ, ବ୍ରହ୍ମାନନ୍ଦ ସ୍ୱାଇଁ, ଦିଲ୍ଲୀପ କୁମାର ସାମଲ, ଗଣେଶ ଚନ୍ଦ୍ର ରାଉତ, କିଶୋର କୁମାର ସାହୁ, ଅବିନାଶ ତ୍ରିପାଠୀ, ସଞ୍ଜୟ କୁମାର ଦଳାଇ, ମହିମା ପ୍ରସାଦ ଭୂୟାଁ, ଭାସ୍ମର ଚନ୍ଦ୍ର ଗାହାଣ, ପ୍ରିୟରଞ୍ଜନ ବିଶ୍ୱାଳ, ଅନନ୍ତ କୁମାର ଜେନା, ସୁବାଷ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ