କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଟପ୍ ସ୍ନାତକ ମହାବିଦ୍ୟାଳୟରେ ଏକ କାଉନସିଂଲି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧକ୍ଷ ଶୁଭକାନ୍ତ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ମୋହନ ଶବର, ଶିଳ୍ପ ପରିଚାଳକ ମନୋଜ ମହାପାତ୍ର, ନବାଡ ଯୁଗ୍ମ ପରିଚାଳକ ପ୍ରଦ୍ୟୁମ୍ନ ପାଲ, ମୋହନା ସହକାରୀ କୃଷି ଅଧିକାରୀ ଶୁଭେନ୍ଦ୍ର ମୁର୍ମୁ ପ୍ରମୁଖ ଯୁଗଦେଇ +୩ ଶିକ୍ଷା ସମାପ୍ତି ପରେ ଛାତ୍ର ଛାତ୍ରୀମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ମହାବିଦ୍ୟାଳୟର ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ସଂଯୋଜକ ଶ୍ରୀ ଜଗନ୍ନାଥ ପଣ୍ଡା ଓ ସହ ସଂଯୋଜିକ ଶ୍ରୀମତୀ ସୂର୍ଯ୍ୟପ୍ରଭା ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଏଥିରେ  ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ପ୍ରଶିକ୍ଷଣ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ