ଗାଙ୍ଗପୁରରେ ବାରହା ଆତଙ୍କ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌) : ଗାଙ୍ଗପୁର ଅଂଚଳରେ ଗତକିଛି ଦିନ ଧରି ଅଂଚଳରେ ବାରହା ଆତଙ୍କ ଲାଗି ରହିଥିବା ବେଳେ ବନ ବିଭାଗ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ବାରହା ପଲ୍ଲ ଫସଲ ଆଦି ନଷ୍ଟ କରିଥିବା ଖବର ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାର ହେବା ପରେ ଲୋକ ମାନେ ରାତି ଉଜାଗର ରହି ଫସଲ ଜଗିରହିଥିବା ବେଳେ ପୁଣି ମାଟିଗାଡିଆ ଅଞ୍ଚଳରେ ପଶି ଫସଲ ନଷ୍ଟ କରୁଛି । ବାରହା ନଷ୍ଟ ପ୍ରଭାବରେ ସବୁଠୁ ମହିଳା ଚାଷୀ ରଞ୍ଜିତା ବିଷୋୟୀଙ୍କ ଚାଷ ଜମି ଅଧିକ କ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ । ଏହା ସହ ସନ୍ତୋଷ ବିଷୋୟୀ, ନିତ୍ୟାନନ୍ଦ ବିଷୋୟୀ,ଗୋପାଳ ବିଷୋୟୀ, ପ୍ରକାଶ ବିଷୋୟୀ, ଶ୍ରିନିବାସ ବିଷୋୟୀ,ସୁଦର୍ଶନ ବିଷୋୟୀ ଓ ନୀଳମଣି ବିଷୋୟୀ ଙ୍କ ବହୁ ଫସଲ ଖାଇ ନଷ୍ଟ କରିଦେଇଛନ୍ତି ।ସେହିପରି ବୋରୀ କୁଚିଆଖାଲ ଅଞ୍ଚଳର ରଙ୍କନିଧି ବିଷୋୟୀ ,ଫକୀର ଗୌଡ, ସୁଦର୍ଶନ ବେହେରା, ପଞ୍ଚାନନ ପାଣି ଓ।ଅଭିମନ୍ୟୁ ଗୌଡଙ୍କ ମଧ୍ୟ ବହୁ ଧାନ ଫସଲ ନଷ୍ଟ ହୋଇଛି ।ଏହି ଚାଷୀ ମାନଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ