ଉତ୍କଳ ଖଡୁରା ସମାଜ ଗଠିତ ଲିଣ୍ଟୁ ସଭାପତି ଓ ରମେଶ ସମ୍ପାଦକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖଡୁରା ସମ୍ପ୍ରଦାୟର ବାସିନ୍ଦାଙ୍କୁ ନେଇ ଉତ୍କଳ ଖଡୁରା ସମାଜ ନାମରେ ଏକ ସଙ୍ଘଠନ ଗଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଖଡୁରା ସମାଜର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରେ ଖଡୁରା ଜାତିର ଏକତା , ମାନବୃଦ୍ଧି ପାଇଁ ଏକ ପେଣ୍ଠ ଗଠନର ଆବଶ୍ୟକତା ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ଉତ୍କଳ ଖଡୁରା ସମାଜ ନାମରେ ଏକ ସଂଘଠନ ଗଠିତ ହୋଇଥିଲା। ଏହା ଖଡୁରା ପେଣ୍ଠର ଉନ୍ନତି ସହ ସାମାଜିକ କାର୍ଯ୍ୟରେ ସାମଲ ହେବାକୁ ନିଷ୍ପତ୍ତି କରାଗଲା। ରକ୍ତଦାନ, ବୃକ୍ଷରୋପଣ, ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହ , ଵିଶେଷ କରି , ଖଡୁରା ସମ୍ପ୍ରଦାୟର ଯେଉଁ ମାନେ ଅର୍ଥର ଅଭାବରୁ ପାଠ ପଢୁପାରୁନଥିବେ, ଓ ବିବାହ କରିପାରୁନଥିବେ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରେ ଏହାକୁ ପରିଚାଳନା କରିବା ପାଇଁ ସର୍ବସମତି କ୍ରମେ ଏହାର ସଭାପତି ରୂପେ ଲିଣ୍ଟୁ ସୁବୁଦ୍ଧି (ଚେରୁ) , ଉପ ସଭାପତି ରୂପେ ସନ୍ତୋଷ କୁମାର ନାୟକ, ସମ୍ପାଦକ ରୂପେ ରମେଶ ନାୟକ , ସହ ସମ୍ପାଦକ ସତ୍ୟନାରାୟଣ ସାହୁ, କୋଷାଧ୍ୟକ୍ଷ ମଧୁସୂଦନ ସୁବୁଦ୍ଧି, ଏବଂ ଉପଦେଷ୍ଟା ରୂପେ ସୁବାଷ ଚନ୍ଦ୍ର ମହାପାତ୍ର, ଗୋବିନ୍ଦ ନାୟକ, ରାମନାଥ ମହାପାତ୍ର, ବୃନ୍ଦାବନ ସୁବୁଦ୍ଧି, ଗୋୖରାଙ୍ଗ ସୁବୁଦ୍ଧି, ବିଜୟ ମହାଙ୍ଗୁଡ଼ ଓ ଦଶ ଜଣ କମିଟି ସଦସ୍ୟ ରୂପେ ବେଣୁପାଣି ନାୟକ, ବସୁଦେବ ସୁବୁଦ୍ଧି, ରମେଶ ଚନ୍ଦ୍ର ସାହୁ, ଅସ୍ମିନ କୁମାର ନାୟକ, ଦୀପକ କୁମାର ମହାପାତ୍ର, ଅକ୍ଷୟ କୁମାର ନାୟକ, ଗଗନ କୁମାର ସୁବୁଦ୍ଧି, ସନ୍ତୋଷ କୁମାର ନାୟକ, ରବିନ୍ଦ୍ର ନାୟକ, ବିନୋଦ କୁମାର ନାୟକ ପ୍ରମୁଖ ମନୋନିତ ହୋଇଥିଲେ । ଏଥିରେ ଗଞ୍ଜାମ , ହୁମ୍ମା ଓ ପାଲୁର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ