ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ

ନିମାପଡ଼ା, (ସନ୍ତୋଷ ଦାଶ):ମହାନଦୀ ରେ ବନ୍ୟାଜଳ ଆସିବା ପରେ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀ ରେ ବନ୍ୟାଜଳ ବିପଦ ସଙ୍କେତ ଅତିକ୍ରମ କରିଛି।ଫଳରେ ନଦୀ ତଟବର୍ତ୍ତି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଛନ୍ତି। ଦେବୀ ନଦୀ ର ବାଉରିଆକଣ ଠାରେ ବିପଦ ସଙ୍କେତ ସ୍ତର ୪.୯୩ ରହିଥିବାବେଳେଆଜି ଦିନ ୯ଟା ରେ ଏଠାରେ ଜଳ ସ୍ତର ୫.୨୦ ରହିଥିବା ଦେଖିବାକୁ ମିଳିଛି। ନଦୀ ରେ ବନ୍ୟାଜଳ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ଲୋକମାନଙ୍କ ଆଖିରୁ ନିଦ ହଜିଯାଇଛି। ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ଠାରେ ୨୪ ଘଣ୍ଟିଆ ପ୍ରହରା ର ବ୍ୟବସ୍ଥା କରାଯାଇଥିବାବେଳେ ନଦୀବନ୍ଧ ରେ ପାଟ୍ରୋଲିଂ କରାଯାଉଛି।କାକଟପୁର ସ୍ଥିତ ଜଳସେଚନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତି ଘଣ୍ଟା ରେ ଜଳସ୍ତର ସମ୍ପର୍କ ରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ କୁ ସୂଚନା ଦିଆଯାଉଥିବା ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ପ୍ରକାଶ କରିଛନ୍ତି। ଜରୁରୀ କାଳୀନ ପରିସ୍ଥିତି ପାଇଁ ଯଥେଷ୍ଟ ବାଲିବସ୍ତା ଓ ବଲ୍ଲା ମହଜୁଦ ରହିଥିବା ସେ କହିଛନ୍ତି। ଅଯଥା ରେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ