ଜାତୀୟ କଂଗ୍ରେସ ତରଫରୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ପର୍ବ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାହୁଲ ଗାନ୍ଧୀଙ୍କ ନିର୍ଦ୍ଧେଶ କ୍ରମେ ଆଦିବାସୀ ମାନଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତାର ପ୍ରତିବନ୍ଧତାର ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଧ୍ରୀଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଖେଳ ପଡିଆ ଠାରେ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୌରୀ ଶଙ୍କର ଆଚାରୀଙ୍କ ନେତୃତ୍ୱରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ପର୍ବ ପାଳିତ ହୋଇଥିଲା l ଏହି ଅବସରରେ ଉକ୍ତ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଶପଥର ମଶାଲ ଧରି ସମଗ୍ର ସିନ୍ଧ୍ରୀଗାଁ ପଞ୍ଚାୟତ ପରିକ୍ରମା କରିଥିଲେ l ପରେପରେ ଏକ ସଭା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଏଥିରେ ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧକ୍ଷ ବଳରାମ ଦୋରା, ନଗର ସଭାପତି ସ୍ଵପ୍ନେଶ୍ଵର ସାହୁ, କୋଟଗଡ଼ ଜିଲ୍ଲା ପରିଷଦ ସଭ୍ୟ ଜିରୀମିୟ ପାଟମାଝି, ମନୋଜ ମଲ୍ଲିକ, ଜେନାମଣି ମଲ୍ଲିକ, ଉପେନ୍ଦ୍ର ପ୍ରଧାନ, ମହେଶ୍ୱର ମଲିକ, ରବି ଚନ୍ଦ୍ର ପାତ୍ର, ଆକାଶ ପ୍ରଧାନ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ରହି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସନ୍ତା ନିର୍ବାଚନରେ ଲଢ଼ି ସମସ୍ତ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ କରିଥିଲେ l ଉକ୍ତ ସଭାରେ କ.ନୂଆଗାଁ ର ପିଙ୍କୁ ନାୟକ, ବାଲିଗୁଡା ବ୍ଲକ ସଭ୍ୟ ଦେବବ୍ରତ ସିଂଦେଓ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ