ଇଶଳା-ଇଞ୍ଚୋଳ ରାସ୍ତା ପାଲଟିଛି ମରଣଯନ୍ତା

ହାଟଡିହିି, (ବିକାଶ ବିଶ୍ୱାଳ):ଇଶଲା-ଇଞ୍ଚୋଳ ମୁଖ୍ୟମନ୍ତ୍ରୀ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ୩ବର୍ଷ ପୁର୍ବେ ଏହି ରାସ୍ତାଟି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବାବେଳେ ଠିକାଦାର ନିମ୍ନମାନର କାମ କରି ପଳାଇଥିଲା । ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେବି ବିଭାଗୀୟ କର୍ତ୍ତୁପକ୍ଷ ଏହାକୁ ଗୁରୁତ୍ୱ ଦେଇ ନଥିଲେ । ଫଳରେ ଦିନ କେଇଟା ଭିତରେ ରାସ୍ତାଟି ଶୋଚନୀୟ ଅବସ୍ଥାକୁ ପଳାଇ ଆସିଛି । ଏହି ରାସ୍ତା ଉପରେ ଧାନଘର, ଓସ୍ତପାଳ, ଇଞ୍ଚୋଳ, ଓ ଇଶଳା ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ବିଶେଷକରି ଧାନଘର, ଇଞ୍ଚୋ ଓ ଓସ୍ତପାଳର ଲୋକମାନେ ଦୈନଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରନ୍ତି । କୋଟି କେରାଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାଟି ନିର୍ମାଣ ହୋଇଥିବାବେଳେ ଏହା ୁପରେ ସେପରି କୌଣସି ଭାରିଯାନ ଚଳାଚଳ କରିନଥିଲେବି ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା । ୩ବର୍ଷ ପର୍ଯ୍ୟନ୍ତ ରାସ୍ତାର ମେଣ୍ଟେନାନସ କରିବାର ବ୍ୟବସ୍ଥା ଥିବାବେଳେ ତାହା କରାନଯିବାରୁ ରାସ୍ତାଟି ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇ ଉଠିଛି । ଏପରିକି ଇଞ୍ଚୋଳ ପଞ୍ଚାୟତ ଅଫିସ ନିକଟରେ ୨/୩ଫୁଟ ଗଭୀରର ଖାଲ ହୋଇଥିବାରୁ ଚାରିଚକିଆ ଗାଡି ଯାଇପାରୁ ନି । ସେହିପରି ଓସ୍ତପାଳ ନିକଟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦୁଇଦିନ ତଳେ ବିଭାଗୀୟ ଯନ୍ତ୍ରୀମାନେ ଯାଇ ରାସ୍ତା ପରିଦର୍ଶନ କରି ପୁନଃ ନିର୍ମାଣ ପାଇଁ ଏଷ୍ଟିମେଟ କରିଥିବା ଜଣାଯାଇଛି । ବିଶେଷକରି ଯନ୍ତ୍ରୀ ମାନଙ୍କ ଠିକାଦାରୀ ପ୍ରୀତି ଯୋଗୁଁ ରାସ୍ତାର ମାନ ନଷ୍ଟ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଯାଇଛି, ଅନୁଦାନ ଆସିଲେ ଟେଣ୍ଡର କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ