ପ୍ରଣବ ପ୍ରକାଶ ଦାସ ଙ୍କ ନିମାପଡ଼ା ଗ୍ରସ୍ତ
ନିମାପଡା, (ସନ୍ତୋଷ ଦାଶ):ନିମାପଡା ଅଞ୍ଚଳକୁ ଆସନ୍ତା ୧୯ତାରିଖରେ ୫ଟି ସଚିବଙ୍କ ଗ୍ରସ୍ତ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି।ନିମାପଡାର ଐତିହାସିକ ବାରବାଟୀ ପଡ଼ିଆରେ ୫ଟି ସଚିବ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନର ୧୦୦୦୦ରୁ ଉର୍ଦ୍ଧ୍ବ ମହିଳା ଓ ବିଜୁ ଜନତାଦଳ କର୍ମକର୍ତ୍ତାଙ୍କ ସମେତ ପ୍ରାୟ ୧୫୦୦୦ ଲୋକ ଯୋଗଦେବେ ବୋଲି ଜଣାପଡିଛି।ନିମାପଡା ଓ ଗୋପ ବ୍ଲକ ଅଂଚଳର ଅନେକ ସମସ୍ୟା ଉପରେ ଆଲୋଚନା ହେବାସହ ସମସ୍ୟାର ସମାଧାନ କରିବା ନିମନ୍ତେ ଏହି ସମାବେଶର ଆୟୋଜନ କରାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ସଚିବଙ୍କ ଗ୍ରସ୍ତ ବିରୋଧିଙ୍କ ମୁଣ୍ଡ ବିଧାର କାରଣ ପାଲଟିଥିବା ବେଳେ ବିଜୁ ଜନତାଦଳ କର୍ମୀଙ୍କ ମହଲରେ ଉତ୍ସାହ ଆଣିଦେଇଛି। ବିଶେଷ କରି ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ବିଜେଡ଼ି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ,ଡି.ଏସ.ପି ଦେବାଶିଷ ମିଶ୍ର,ଆଇ.ଆଇ.ସି ବାମଦେବ ସ୍ବାଇଁଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।


