ରାଜ୍ୟ ସରକାର ବିରୋଧରେ ସାନଖେମୁଣ୍ଡି ରେ କଂଗ୍ରେସ ର ରଣହୁଙ୍କାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ଜନ ମାରଣା ନୀତି କାର୍ଯ୍ୟ ଓ ବ୍ଳକରେ ପିସି କାରବାର ବନ୍ଦ କରିବା ୯ ଦଫା ଦାବି ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶୁକ୍ରବାର ଦିନ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଳକ ହେଉଥିବା ପିସି କାରବାର , ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ଦୂରୀଭୂତ , ନାରୀ ନିର୍ଯାତନା , ଚାଷୀ ମାରଣା ନୀତି , ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବନ୍ଦ କରିବା ପ୍ରତିବାଦରେ ୯ ଦଫା ଦାବି ପ୍ରସଙ୍ଗରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳୀୟ କର୍ମୀମାନଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଖବରପ୍ରକାରେ , ରାଜ୍ୟ ସରକାର ଜନ ସାଧାରଣଙ୍କ ହିତ ଓ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ହେବା କିମ୍ବା ଏହି ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ବ୍ଳକ ମାନଙ୍କରେ ବିଭାଗୀୟ ଅଧିକାରୀଙ୍କ ପିସି କାରବାର ଯୋଗୁଁ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗର ପ୍ରଶ୍ନ ଉଠୁଥିବା ଜଣାପଡିଛି । ଏପରିକି ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀକୁ ପୂରଣ , ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି , ବେକାରୀ ଯୁବକଯୁବତୀଙ୍କୁ ସରକାରୀ ଚାକିରୀ ନିଯୁକ୍ତି , ରାଜ୍ୟରେ ତୈଳଦର , ଇନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ହ୍ରାସ , କୃଷିଜାତ ପଦାର୍ଥର ଅଭାବୀ ବିକ୍ରି ବନ୍ଦ , ଲୋ ଭୋଲଟେଜ , ପାୱାର କଟ୍ , ବିଦ୍ୟୁତ ଦେୟ ଯଥେଷ୍ଟ ବୃଦ୍ଧି ବନ୍ଦ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କର୍ମୀମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ କଂଗ୍ରେସ ସଭାପତି ବାବୁଲା ଦୋରା , ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର , ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , କଂଗ୍ରେସ କର୍ମୀ ବାଉରୀବନ୍ଧୁ ପ୍ରଧାନ , ନାରାୟଣ ପ୍ରଧାନ ,ସିମାଞ୍ଚଳ ଗୌଡ଼ , ଦୁର୍ଗାପ୍ରସାଦ ପାଢ଼ୀ , ଆଲୋକ କୁମାର ପ୍ରଧାନ, ମୌଳାଭଞ୍ଜା ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ଶରତ ସ୍ଵାଇଁ , ଶଙ୍କର୍ଷଣ ଖୁଣ୍ଟିଆ ,, ଗଙ୍ଗାପୁର ସରପଞ୍ଚ ପ୍ରତିନିଧି ମିଥୁନ ସେଠି ଓ ସମିତି ସଭ୍ୟ ବୁଲୁ ସେଠୀ , ପ୍ରଭାକର ପଟ୍ଟନାୟକ , ଯୁବ କଂଗ୍ରେସ ସଭାପତି ପ୍ରଭାକର ତ୍ରିପାଠୀ , ଉମାଶଙ୍କର ପାଢ଼ୀ , ପ୍ରତାପ ପ୍ରଧାନ ,ଏସ.ଗୋପାଳପୁର ସମିତିସଭ୍ୟ ନାରାୟଣ ପ୍ରଧାନ ,ଜି.ସାଇରାମ , ଅଲେଖ ନାୟକ , ନୀଳାଞ୍ଚଳ ପାତ୍ର, କାଳୁ ପରିଡ଼ା ଅଜୟ ଦଳେଇ ,ସଞ୍ଜୟ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନେତା କର୍ମୀ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ। କଂଗ୍ରେସ ର ଆନ୍ଦୋଳନ ନେଇ ସୁରକ୍ଷା ଆଇନ ଶୃଙ୍ଖଳା ଦୃଷ୍ଟିରୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ